ପୁରୀରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ଶ୍ରୀମନ୍ଦିର ପାଇଁ ଖୁବ୍‌ଶୀଘ୍ର ଡକାହେବ ବୈଠକ

ପୁରୀ, ୦୬/୦୧: ସମଗ୍ର ରାଜ୍ୟ ସମେତ ପୁରୀ ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଆଜି ମଧ୍ୟ ପୁରୀ ଜିଲ୍ଲାରୁ ୩୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ରାଜ୍ୟସରକାରଙ୍କ ନୂଆ SOP ଅନୁଯାୟୀ ନୂଆ କଟକଣା ଜାରି କରାଯାଇଛି l ଶ୍ରୀ ମନ୍ଦିରରେ ପ୍ରତିଦିନ ଭକ୍ତ ଏବଂ ଶ୍ରାଦ୍ଧଳୁଙ୍କ ଅସମ୍ଭାଳ ଭିଡ଼ ହେଉଛି । ବେଳାଭୂମି ସମେତ ଜିଲ୍ଲାର ବିଭିନ୍ନ ତୀର୍ଥସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ପର୍ଯ୍ୟଟକଙ୍କ ଗହଳି ଲାଗୁଛି l ଶ୍ରୀମନ୍ଦିରକୁ ନେଇ ଖୁବଶୀଘ୍ର ବୈଠକ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l

ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ଦୁଇ ଥର ଓମିକ୍ରନ ସ୍ଥିତି ନେଇ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି l ଏହାପରେ ପ୍ରଶାସନ ଅଧିକ ତତ୍ପର ସଜାଗ ହୋଇଛି l ଆସନ୍ତା କାଲି ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁହେବ । ପୁରୀ ସହରବାସୀଙ୍କ ସହ ଆସୁଥିବା ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକମାନେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି l ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି l ଶ୍ରୀ ମନ୍ଦିର ପାଇଁ ନୂଆ SOP ଜାରିହେବ ନା ନାହିଁ ଆସନ୍ତା ବୈଠକ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି l

Spread the love