ଭଦ୍ରକରେ ବିଜେପି କର୍ମୀଙ୍କ ତୁମୁଳକାଣ୍ଡ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଲେ, ବ୍ୟାପକ ଭଙ୍ଗାରୁଜା

ଭଦ୍ରକ ୬।୧: ଭଦ୍ରକ ଜିଲ୍ଲାରେ ବିଜେପି କର୍ମୀଙ୍କ ତୁମୁଳକାଣ୍ଡ । ବ୍ୟାପକ ଭଙ୍ଗାରୁଜା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଲେ ବିଜେପି କର୍ମୀ । ଜିଲ୍ଲାପାଳଙ୍କ ଗାଡିକୁ ବାଡିରେ ପିଟିଲେ ବିଜେପି କର୍ମୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପଶି ଚେୟାର ଭାଙ୍ଗିଲେ ଉତ୍ତ୍ୟକ୍ତ କର୍ମୀ ।

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣରେ ଚଞ୍ଚକତା ଅଭିଯୋଗରେ ବିକ୍ଷୋଭ ବେଳେ ଧସେଇ ପଶିଲେ । ପୋଲିସ ସହ ଧସ୍ତାଧସ୍ତି ପରେ ଧସେଇ ପଶିଲେ । ତେବେ ବିଭିନ୍ନ ସରକାରୀ ପୋଷ୍ଟର ଭାଙ୍ଗିଛନ୍ତି ।  ଜିଲ୍ଲାପାଳଙ୍କ ଗାଡିର ପ୍ଲେଟ ସହ ଚେୟାର ଭାଙ୍ଗିଛନ୍ତି । ଭଦ୍ରକ ଏସପି ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ପରଖୁଛନ୍ତି ।

Spread the love