ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ : ରାଜ୍ୟ ସରକାର

କରୋନା ପାଇଁ କଟକଣାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ତେବେ ମେଡିକାଲ ଓ ନିର୍ସଂ କଲେଜ ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି।

ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ନିର୍ଦ୍ଦେଶନାମା ଅନୁଯାୟୀ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବା ସହିତ ହଷ୍ଟେଲ ଗୁଡ଼ିକ ମଧ୍ୟ ବନ୍ଦ ରହିବ। କଲେଜ ଓ ବିଶ୍ୱବିଦ୍ୟାଳୟରେ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ରହିଲେ ବି  online class ଜାରି ରହିବ। ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀ duty  କରିବେ। ଅର୍ଥାତ୍ ସେମାନେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ।

ଅନ୍ୟପକ୍ଷରେ ଏବେ ଚାଲିଥିବା ସମସ୍ତ off-line ପରୀକ୍ଷା ଗୁଡ଼ିକୁ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଚାଲି ପାରିବ ବୋଲି ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଗବେଷଣା କରୁଛନ୍ତି ସେମାନେ ଚାହିଁଲେ ହଷ୍ଟେଲରେ ରହିପାରିବେ। ତେବେ ଏଥିପାଇଁ ସେମାନଙ୍କୁ ସଂପୃକ୍ତ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଅଣ୍ଡରଟେକିଂ ଲେଖି ଦେବାକୁ ପଡ଼ିବ। ଏହି କ୍ଷେତ୍ରରେ ସଂପୃକ୍ତ ବିଭାଗ ସେମାନଙ୍କ ପାଇଁ ଏସ୍‌ଓପି ବା ଗାଇଡ୍‌ଲାଇନ୍ ଜାରି କରିବ।

ସେହିପରି ସମସ୍ତ କୋଚିଂ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଚିଂ ସେଣ୍ଟର ଗୁଡ଼ିକ onlineରେ ପାଠ ପଢ଼ାଇପାରିବେ।

Spread the love