ଭୁବନେଶ୍ୱର ଲ୍ୟାଣ୍ଡ ୟୁଜେସ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍‌କୁ ମିଳିଲା ଗୋଲ୍ଡ କ୍ୟାଟେଗୋରୀ ଆୱାର୍ଡ

ଭୁବନେଶ୍ୱର ୦୭/୦୧: ଓଡିଶାକୁ ଆଉ ଏକ ସଫଳତା । ରାଜ୍ୟ ସରକାରଙ୍କ ଅଧିନ 5T ପ୍ରୋଜେକ୍ଟ BLUISକୁ ମିଳିଲା ଗୋଲ୍ଡ କ୍ୟାଟେଗୋରୀ ଆୱାର୍ଡ । ଇ-ଗଭର୍ଣ୍ଣାନ୍ସ ୨୪ ତମ ଜାତୀୟ କନଫରେନ୍ସରେ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜେସ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍(BLUIS)କୁ ଏହି ପୁରସ୍କାର ମିଳିଛି । ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଠାରୁ ଏହି ଆଓ୍ବାର୍ଡ ଗ୍ରହଣ କରିଛନ୍ତି । ଏହି ଅବସରରେ ଓରସାକ ସିଇଓ ପ୍ରଫୁଲ୍ଲ ମଲ୍ଲୀକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସିଇଓ ପ୍ରେମଚନ୍ଦ୍ର ଚୌଧୁରୀ ଏବଂ ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଜୁଲାଇ ୮ ତାରିଖ ୨୦୨୦ରେ 5T ପ୍ରୋଜେକ୍ଟ BLUISକୁ ଲଞ୍ଚ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଡିଏ, ଓରସାକ୍ ଓ ବିଏମ୍ସି ସହିତ ମିଶି ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ କରିଛି।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ରାଜଧାନୀରେ ସରକାରୀ ଜମିର ସୁରକ୍ଷା ପାଇଁ ଏହି ପ୍ରୋଜେକ୍ଟକୁ ବ୍ୟବହାର କରାଯାଇ ଥାଏ। ଏଥିରେ କଟିଂ ଏଜ୍ ଟେକ୍ନୋଲୋଜି ସହିତ ସାଟେଲାଇଟ୍ ଇମେଜରୀ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରାଯାଇଥାଏ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୮୯ ହାଇଟେକ୍-ପ୍ରୋଜେକ୍ଟ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ BLUIS ଗୋଲ୍ଡ କ୍ୟାଟେଗୋରୀ ଆୱାର୍ଡ ପାଇଛି ବୋଲି ସୂଚନା ମିଳିଛି।

Spread the love