୧୨ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

ଲମତାପୁଟ, ୧୦|୦୧: କୋରାପୁଟ ପୋଲିସ  ପୁଣି  ୧୨ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛି । ପ୍ରାୟ ୧୪ ହଜାର ୪ଶହ ଗଞ୍ଜେଇ ଗଛ ନଷ୍ଟ  କରିଛି ପୋଲିସ ।  କୋରାପୁଟ ପୋଲିସ ଗଞ୍ଜେଇ  ଚୋରା ଚାଲାଣ ରୋକିବା ପାଇଁ  ବଡ ପଦକ୍ଷେପ ନେଇଛି ।

ମାଓ ପ୍ରଭାବିତ ପାଡୁଆ ଥାନା ଏବଂ ମାଛକୁଣ୍ଡ  ଥାନା  ଅଞ୍ଚଳରେ ଥିବା  ଆନ୍ଧ୍ର ସୀମାନ୍ତବର୍ତ୍ତୀ  ବିଭିନ୍ନ ଗ୍ରାମରେ ପ୍ରଥମ ଥର ଲଗାତାର ଭାବରେ  ୪  ଦିନ ଧରି ଚାଲିଛି ଅପରେସନ୍ ଗ୍ରୀନ କ୍ଲିନ୍ ।   ମାଛକୁଣ୍ଡ   ଥାନା ଅନ୍ତର୍ଗତ ମାଓ ପ୍ରଭାବିତ ଅଞ୍ଚଳ କଣ୍ଟା ଏବଂ ହନୁମଞ୍ଜର  ଗ୍ରାମ ନିକଟ ଜଲାପୁଟ  ନଦୀ କୂଳରେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୂର୍ବରୁ ପୋଲିସ ସେଠାକୁ ପହଞ୍ଚି ପାରୁ ନଥିଲା । ଏହାର ସୁଯୋଗ ନେଇ  ବେଆଇନ ଭାବରେ ବେଧଡକ ସବୁଜ ଜହର ଚାଷ ବଢ଼ି ଚାଲିଥିଲା ।

ତେବେ ମାଛକୁଣ୍ଡ ଓ କୋରାପୁଟ ପୋଲିସ  ଡି.ବି. ଏଫ,  ଅବକାରୀ,  ବନ ବିଭାଗ ଏବଂ   ଏଗଜ୍ୟୁକେଟିଭ୍ ମାଜିଷ୍ଟେଟ୍‌ ଙ୍କ  ଉପସ୍ଥିତିରେ ୧୨ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏପରି ଭାବେ ନନ୍ଦପୁର ଏବଂ ଲମତାପୁଟ ବ୍ଲକରେ ଚଳିତବର୍ଷ ପ୍ରାୟ ୭୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ।

Spread the love