ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ନୟାଗଡ଼ ଯାତ୍ରା କଲେ ୩ ଜଣିଆ ଦଳ

ପୁରୀ, ୧୦/୦୧: ଚଳିତ ବର୍ଷ ଅର୍ଥାତ ୨୦୨୨ ରଥଯାତ୍ରା ପାଇଁ ଆଜିଠାରୁ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ସେମାନେ ଯାତ୍ରା କରିଛନ୍ତି।

ଏହି ଦଳରେ ରଥ ନିର୍ମାଣର ବରିଷ୍ଠ ତତ୍ତ୍ବବଧାରକ ସୁଦର୍ଶନ ମେକାପ, ରଥ ଅମିନ, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି।  ଆସନ୍ତାକାଲି ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ। ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି। ୮୦ ଖଣ୍ଡ କାଠ ବଳକା ରହିଥିବା ବେଳେ ମୋଟ ୭୮୫ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି।

Spread the love