ଏକଲବ୍ୟ ମୋଡେଲ ସ୍କୁଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ବାଲିଗୁଡା ୧୧/୦୧: କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଜ୍ୟମନ୍ତୀ ବିଶ୍ୱେଶ୍ୱର ଟୁଡୁ । ଏହି ଅବସରରେ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଟୁଟୁଲମାହାରେ ଥିବା ଏକଲବ୍ୟ ମୋଡେଲ ସ୍କୁଲର ଶିଳାନ୍ୟାସ କରିଛନ୍ତି । ମୁଣ୍ଡିଗଡ଼ର ଭୈରବୀ ଷ୍ଟାଡିୟମର ହେଲିପ୍ୟାଡ଼ରେ ବାୟୁସେନାର ସ୍ୱତନ୍ତ୍ର ଯୋଗେ ପହଂଚି ଟୁଟଲମାହା ଠାରେ ହେବାକୁଥିବା ଏକଲବ୍ୟ ମୋଡେଲ ସ୍କୁଲର ଶିଳାନ୍ୟାସ କରିଥିଲେ ।

ପରେ ମିଶ୍ରଣ ପର୍ବ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ କର୍ମୀ ଅନ୍ୟ ଦଳରୁ ଆସି ବିଜେପିରେ ମିଶିଥିଲେ । ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ସଂସ୍କୃତ ଆଶ୍ରମକୁ ଯାଇ ଅନ୍ତେବାସୀଙ୍କୁ ଭେଟିଥିଲେ । ପରେ ତୁମୁଡିବନ୍ଧ ସଭା ଗୃହରେ ବେଲଘରରେ କାର୍ଯ୍ୟ କରୁଥିବା କୁଟୁଆକନ୍ଧ ଉନ୍ନୟନ ସଂସ୍ଥାର କାର୍ଯ୍ୟ ଉପରେ ସମୀକ୍ଷା କରି ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Spread the love