ହସ୍ପିଟାଲରେ ଏବେ ଭର୍ତ୍ତି ହେଉଛନ୍ତି କମ୍ ଆକ୍ରାନ୍ତ, ସତର୍କ କରାଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ ୧୧/୦୧:   ଏବେ ୫ରୁ ୧୦ପ୍ରତିଶତ କୋଭିଡ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ତେବେ ଆଗକୁ ଏହି ହାର ଦ୍ରୁତ ଗତିରେ ବଢ଼ିପାରେ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟକୁ ଆଲର୍ଟ କରିଛନ୍ତି ।

କିଛି ଦିନ ଧରି କୋଭିଡ ସଂକ୍ରମଣ ଦ୍ରୁତ ହାରରେ ବଢୁଛି । ୪ ଦିନ ଧରି କୋଭିଡ ଆକ୍ରାନ୍ତ ସଂଖ୍ୟା ଲକ୍ଷେ ଉପରେ ରହିଛି । ଗୋଟିଏ ଦିନରେ ସଂକ୍ରମଣ ୧ ଲକ୍ଷ ୮୦ ହଜାର ଛୁଇଁଛି । ଦେଶରେ ପଜିଟିଭିଟି ରେଟ୍ ୧୩.୨୯ ପ୍ରତିଶତ ଛୁଇଁଥିବା ବେଳେ , ଦିଲ୍ଲୀ ଏବଂ ମୁମ୍ବାଇ ଭଳି ମହାନଗରରେ ୯୫ ପ୍ରତିଶତ ରୋଗୀ ଓମିକ୍ରନ୍ ସଂକ୍ରମିତ । ତେଣୁ କେସ୍ ଲୋଡ୍ ଏବଂ କେତେ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ତା ଉପରେ ନଜର ରଖିବା ସହ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜେଶ ଭୂଷଣ। ସେହିପରି କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବା ସହ ଆବଶ୍ୟକ ଔଷଧ ଏବଂ ଅକ୍ସିଜେନ୍ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।

Spread the love