କୁସ୍ତି ଯୋଦ୍ଧା ସାଗର ହତ୍ୟା ଘଟଣା, ଚାର୍ଜସିଟ୍‌ରୁ ନୂଆ ଖୁଲାସା

ନୂଆଦିଲ୍ଲୀ, ୧୧/୦୧: କୁସ୍ତି ଯୋଦ୍ଧା ସାଗର ଧନଖଡ଼ଙ୍କୁ ଅପହରଣ ଏବଂ ପରେ ହତ୍ୟା ମାମଲାରେ ନୂଆ ଖୁଲାସା ହୋଇଛି । ଦିଲ୍ଲୀ ପୋଲିସ୍‌ର ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ମୁତାବିକ୍‌, ମୁଖ୍ୟ ଅଭିଯୁକ୍ତ ଅଲମ୍ପିକ୍‌ ପଦକ ବିଜେତା ସୁଶିଲ୍‌ କୁମାର ସାଗରଙ୍କୁ ହତ୍ୟା କରାଯିବାର କିଛି ଘଣ୍ଟା ପୁର୍ବରୁ ଛାତ୍ରସାଲ୍‌ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ । ସେଠାରେ ରାଗରେ ଜର୍ଜରିତ ହୋଇ ସୁଶିଲ୍‌ ଏକ କୁକୁର ଉପରକୁ ଗୁଳି ଚଳାଇଥିଲେ । ପରେ ସାଥୀ  ଆଥ୍‌ଲେଟ୍‌ଙ୍କୁ ବନ୍ଧୁକ ଦେଖାଇ ଡରାଇ ଏବଂ ଧମକାଇ ସେଠାରୁ ତଡ଼ିଥିଲେ ।

ଛାତ୍ରସାଲ୍‌ ଷ୍ଟାଡିୟମ୍‌ରେ ହୋଇଥିବା ଏହି ଘଟଣାର ଚାର୍ଜସିଟ୍‌ରେ ଦିଲ୍ଲୀ ପୋଲିସ୍‌ ସେହି ରାତିରେ ଘଟିଥିବା ଅନେକ ଛୋଟ ଛୋଟ ଘଟଣା ଦର୍ଶାଇଛି । ସୁଶିଲ୍‌ଙ୍କ ସୁରକ୍ଷାଦାତା ଅନିଲ୍‌ ଧିମାନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ପୋଲିସ୍‌ ରୋହିଣୀ କୋର୍ଟରେ ଏହି ତଥ୍ୟ ରଖିଛି ।

ଅନିଲ୍‌ ଧିମାନ ଏପ୍ରିଲ୍‌ ୨୦୧୯ରେ ଛାତ୍ରସାଲ୍‌ ଷ୍ଟାଡିୟମ୍‌ ସୁଶିଲ୍‌ଙ୍କ ସାଥିରେ କାମ କରୁଥିଲେ । ଏହା ପୂର୍ବରୁ ସେ ସୁଶିଲଙ୍କ ସୁରକ୍ଷାଦାତା ସହିତ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟ ଏବଂ ଅଫିସିଆଲ୍‌ କାର୍ଯ୍ୟ ସମ୍ଭାଳୁଥିଲେ ।  ଧିମାନ ପୋଲିସ୍‌କୁ କହିଛି ଯେ, ସେ ୪-୫ ମେ ୨୦୨୧ ରାତିରେ ସୁଶିଲ୍‌ କୁମାରଙ୍କ ସାଥିରେ ରହିଥିଲେ । ସୁଶିଲ୍‌ କିଛି ଲୋକଙ୍କୁ ବାସ୍କେଟ୍‌ ବଲ୍‌ ମୈଦାନକୁ ଡକାଇଥିଲେ ଏବଂ କହିଥିଲେ କି ସେ କିଛି ଲୋକଙ୍କୁ ଉଚିତ୍‌ ଶିକ୍ଷା ଶିଖାଇବାକୁ ଚାହାଁନ୍ତି ।

ଅନ୍ୟପଟେ ଏହି ମାମଲାରେ ଜଡ଼ିତ ଅନ୍ୟଜଣେ ଅଭିଯୁକ୍ତ ରାହୁଲ୍‌ ନିଜ ବୟାନ୍‌ରେ କହିଛି ଯେ, ତାର ଏକ କୁସ୍ତି ଯୋଦ୍ଧା ସାଥି ପ୍ରଥମେ ଷ୍ଟାଡିୟମ୍‌ରେ ପହଞ୍ଚିଥିଲା ଏବଂ ସେଠାରେ ଅନ୍ୟ ମାନଙ୍କୁ ଏକାଠି କରିଥିଲା । ସେ ସୁଶିଲ୍‌ଙ୍କ ସହିତ ରହିଥିଲା ।  ସେ ସାଥିରେ ଏକ ଲାଇସେନ୍ସ ପ୍ରାପ୍ତ ପିସ୍ତଲ୍‌ରେ ସାଥିରେ ରଖିଥିଲେ । ଷ୍ଟାଡିୟମ୍‌ରେ ଛିଡ଼ା ହୋଇଥିବା କିଛି କୁକୁର ତାଙ୍କୁ ଭୋକିବାକୁ ଆରମ୍ଭ କରିଥିଲେ । ଯାହାକୁ ନେଇ ସୁଶିଲ୍‌ ରାଗିଯାଇ ସେମାନଙ୍କ ଉପରକୁ ଫାୟାରିଂ କରିଥିଲେ ।

Spread the love