ଫିଲ୍ମ RRR ପାଇଁ ମାତ୍ର ୭ଦିନ କାମକରି ସୁପରଷ୍ଟାର ଅଜୟ ଦେବଗନ୍‌ ନେଇଛନ୍ତି ୩୫ କୋଟି ଟଙ୍କା

ମୁମ୍ବାଇ ୧୧/୦୧: ଫିଲ୍ମ RRRକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ଜାନୁଆରୀ ୭ ତାରିଖରେ ରିଲିଜ୍‌ ହେବାକୁ ଥିବା ଏହି ଚଳଚିତ୍ର କିନ୍ତୁ ଶେଷ ମୂହୁର୍ତ୍ତରେ ବାତିଲ କରିଦିଆଯାଇଥିଲା । କରୋନା ସଂକ୍ରମଣ ବୃଦ୍ଧିପାଉଥିବାରୁ ଫିଲ୍ମ RRR କେବେ ରିଲିଜ୍‌ ହେବ ସେ ନେଇ ସସ୍‌ପେନ୍ସ ଲାଗିରହିଛି ।

ତେବେ ବର୍ତ୍ତମାନ ଫିଲ୍ମର ଷ୍ଟାର କାଷ୍ଟକୁ ନେଇ ବଡ ତଥ୍ୟ ସାମ୍ନାକୁ ଆସିଛି । ବଲିଉଡ ସୁପରଷ୍ଟାର ଅଜୟ ଦେବଗନ୍‌ ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟ ଫିଲ୍ମ RRRରେ କମ୍‌ ସମୟ ପାଇଁ ପରଦାରେ ନଜର ଆସିଛନ୍ତି ସତ କିନ୍ତୁ ମୋଟା ଅଙ୍କର ଟଙ୍କା ନେଇଛନ୍ତି । ସେମାନଙ୍କ ମାର୍କେଟ୍ ଭାଲ୍ୟୁ ଅନୁଯାୟୀ ଟଙ୍କା ନେଇଥିବା ଜଣାପଡିଛି । ଫିଲ୍ମରେ ୨୦ ମିନିଟ୍‌ରୁ ମଧ୍ୟ କମ ସମୟ ଧରି ନଜର ଆସିଥିବା ଆଲିୟା ଭଟ୍ଟ ୯ କୋଟି ଟଙ୍କା ନେଇଥିବା ଜଣାପଡିଛି । ସେହିଭଳି ସୁପରଷ୍ଟାର ଅଜୟ ଦେବଗନ୍‌ ଅତିଥି କଳାକାର ଭାବେ ନଜର ଆସିଥିଲେ ସୁଦ୍ଧା ଏକ ପ୍ରମୁଖ ଭୂମିକା ନିଭାଇଛନ୍ତି । ସେ ମାତ୍ର ୭ ଦିନ ପାଇଁ କାମକରି ୩୫ କୋଟି ଟଙ୍କା ନେଇଛନ୍ତି ।

Spread the love