୫ ଜିଲ୍ଲାରେ କମ୍‌ ରହିଛି ଟିକାକରଣ, ଭ୍ୟାକ୍‌ସିନ୍‌ ନେବାକୁ ଆସୁନଥିବା ଲୋକଙ୍କୁ କରାଯିବ ସଚେତନ

ଭୁବନେଶ୍ୱର ୧୨।୦୧: ୫ ଜିଲ୍ଲାରେ ଟିକାକରଣ କମ୍‌ ରହିଛି । ସେହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ମୟୁରଭଞ୍ଜ, ଗଜପତି, କଟକ, ସୁନ୍ଦରଗଡ଼ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଟକ, ଅନୁଗୁଳ, ଗଜପତି, ସୁନ୍ଦରଗଡ ଗଡ଼ ଅଧିକ ଲୋକ ପ୍ରଥମ ଡୋଜ ନେଇ ନାହାନ୍ତି। ମୟୁରଭଞ୍ଜରେ ଦ୍ଵିତୀୟ ଡୋଜ ନେବା ପାଇଁ ଅଧିକ ଲୋକ ବାକି ଅଛନ୍ତି। ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରତି ବ୍ଲକରେ ୧୨ ଟି ଲେଖାଏଁ  ମୋବାଇଲ ଭ୍ୟାନ କରାଯାଇ ଟିକା ଦିଆଯାଉଛି।  ଏହି ଟିକାକରଣ କମ ଥିବା ଜିଲ୍ଲାକୁ  ଛାଡି ବାକି ସବୁ ବ୍ଳକରେ ୧୦ଟି ମୋବାଇଲ ଭ୍ୟାନ ଜରିଆରେ ଟିକା ଦିଆଯାଉଛି। ଯେଉଁ ଲୋକ ମାନେ ଟିକା ନେବା ପାଇଁ ଆସୁନାହାନ୍ତି। ସେ ପଞ୍ଚାୟତରେ ପ୍ରଭାବ ଶାଳୀ ଲୋକ ଏବଂ ପିଆର ଆଇ ମେମ୍ବରଙ୍କ ଜରିଆରେ  ସେଚେତନ କରାଯାଉଛି।

Spread the love