ଜୟଶ୍ରୀ ମିଶ୍ର ହତ୍ୟା ମାମଲା: ବିତିଲା ୨ ବର୍ଷ, ଏବେ ଆରମ୍ଭ ହେବ ଟ୍ରାଏଲ

ସମ୍ବଲପୁର: ସମ୍ବଲପୁରର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ଝିଅ ବିଜୟିନୀଙ୍କ ବହୁ ସଂଘର୍ଷ ପରେ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଅପେକ୍ଷା କରିବା ପରେ ଶେଷରେ ଆଗାମୀ ଫେବୃଆରୀ ୧ ତାରିଖରୁ ଅତିରିକ୍ତ ଜିଲ୍ଲା ନ୍ୟାୟାଧିଶଙ୍କ ଅଦାଲତରେ ଟ୍ରାଏଲ ଆରମ୍ଭ ହେବ ବୋଲି ଜଣାପଡିଛି। ଏ ସର୍ମ୍ପକରେ ହତ୍ୟାର ଶିକାର ହୋଇଥିବା ଜୟଶ୍ରୀଙ୍କ ଝିଅ ବିଜୟିନୀ ଓ ଭବାନୀ ଶଙ୍କର ମିଶ୍ରଙ୍କ ନିକଟକୁ ଆସିଥିବା ସମନ ଅନୁଯାୟୀ ଆସନ୍ତା ଫେବୃଆରୀ ୧ ତାରିଖରେ ଆବଶ୍ୟକୀୟ କାଗଜାତ ସହିତ ନ୍ୟାୟାଧିଶଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ୨୦୧୯ ମସିହାରୁ ହତ୍ୟା ମାମଲା ଟାଉନ ଥାନାରେ ରୁଜୁ ହୋଇ ସାରିଥିବା ବେଳେ ପୁଲିସର ଢ଼ିଲା ମନୋଭାବ ଏବଂ କୋଭିଡ – ୧୯ର ସଙ୍କଟ ଯୋଗୁଁ ଟ୍ରାଏଲ ଆରମ୍ଭ ହୋଇ ପାରୁ ନ ଥିଲା।
ସୂଚନାଯୋଗ୍ୟ ଯେ, ନନ୍ଦପଡା ନିବାସୀ ଜୟଶ୍ରୀ ମିଶ୍ର ୨୦୧୧ ମସିହା ଅକ୍ଟୋବର ୧୩ ତାରିଖରେ ତାଙ୍କର ବଡ ଝିଅର କରିିିଥିଲେ। ବିବାହର କିଛି ଦିନ ପୂର୍ବରୁ ରହସ୍ୟଜନକ ଭାବରେ ନିଖୋଜ ହୋଇଯାଇଥିଲା ଝିଅ । ଏଣୁ ସେ ସମୟରେ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ଅପରପକ୍ଷରେ ଅଚାନକ ମା’ ନିଖୋଜ ହୋଇଯାଇଥିବାରୁ ପରିବାର ସମ୍ପୁର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ସେହି  ଅଞ୍ଚଳରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ନିଖୋଜ ଜୟଶ୍ରୀଙ୍କ ସାନଝିଅ (ବିଜୟିନୀ) ତଥା ମେଧାବୀ ଛାତ୍ରୀ ବହୁ ସଂଘର୍ଷ କରି ତାଙ୍କର ପାଠପଢ଼ା ଜାରି ରଖିବା ସହିତ ମା’ଙ୍କୁ ଖୋଜିବା ଜାରି ରଖିଥିଲେ।

Spread the love