ଲୁଟ୍ ଘଟଣାର ପର୍ଦ୍ଦାଫାଶ : ଜଣେ ଗିରଫ

ମୁନିଗୁଡା ୧୩।୧: ରାୟଗଡା ଜିଲ୍ଲା ଗୁଣୁପୁର ପଣ୍ଡା ମୋବାଇଲ୍ ଦୋକାନରୁ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଗୁଣୁପୁର ପୋଲିସ । ୧୨ଟି ମୋବାଇଲ, ଗୋଟିଏ ଲାପଟପ ସହ ୪୦ ହଜାର ଟଙ୍କା ଜବତ କରି ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ କାଶୀପୁର ଅଞ୍ଚଳର ଅରୁଣ ନାୟକ ବୋଲି ଜଣାପଡିଛି ।

୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସୂଚନାଯୋଗ୍ୟ ଯେ, ଗୁଣପୁର ପୁରୁଣାବସଷ୍ଟାଣ୍ଡର ଗ୍ରାମଦେବୀ ମନ୍ଦିର ନିକଟ ମୁଖ୍ୟରାସ୍ତା ଉପରେ ବସନ୍ତ କୁମାର ପଣ୍ଡା ନାମକ ଜଣେ ବ୍ୟବସାୟୀ ମୋବାଇଲ ଦୋକାନ କରିଥିଲେ ।  ଗତ ୩୦ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ଦୋକାନର ସଟର ଭାଙ୍ଗି ମୋବାଇଲ ସହ ୭୫ ହଜାର ଟଙ୍କା ଲୁଟ୍ କରିଥିଲେ । ଏ ନେଇ ବ୍ୟବସାୟୀ ଗୁଣୁପୁର ଥାନାରେ ୩୧l୧୨l୨୦୨୧ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ପୋଲିସ ଡଗ୍ ସ୍କ୍ବାର୍ଡ ଓ ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । କିଛି ଦିନ ପରେ ପୋଲିସ ମୋବାଇଲ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ଗୁଣୁପୁର ପୋଲିସ ଏସଡିପିଓ ଅଜୟ ବାରିକ ସାମ୍ବାଦିକ ସମ୍ମିଳନରେ ସୂଚନା ଦେଇଛନ୍ତି ।

Spread the love