ସୋସିଆଲ ମିଡ଼ିଆରେ ଆକାଉଣ୍ଟ ହ୍ୟାକ

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟଙ୍କ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡେଲ ‘ସାଇବର ଦୋସ୍ତ’ ଜରିଆରେ ଓଟିପିକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ମନ୍ତ୍ରାଳୟ ଜଣାଇଛି ଯେ ସାଇବର ଠକେଇର ଶିକାର ହେବା ଦ୍ୱାରା ହେଲ୍ପ ଲାଇନ ନମ୍ବର ୧୫୫୨୬୦ କୁ ତୁରନ୍ତ ଅଭିଯୋଗ କରନ୍ତୁ।

ମୋବାଇଲ ଫୋନରେ କୌଣସି ଅଜଣା ବ୍ୟକ୍ତିଙ୍କୁ କଲ କରିବା ସମୟରେ ମର୍ଜ କରନ୍ତୁନାହିଁ।

ଏମିତି କରିବା ଦ୍ୱାରା ଆପଣଙ୍କୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ ହୋଇପାରେ। ଏହା ଜରିଆରେ ସାଇବର ଅପରାଧୀ ଆପଣଙ୍କ ବ୍ୟାଙ୍କ ଖାତା ପଯ୍ୟନ୍ତ  ବି ପହଁଚିଯାଇପାରନ୍ତି। ସାଇବର ଠକେଇ ଲଗାତାର ବଢୁଥିବା ଦେଖିବାକୁ ମିଳୁଛି, ତେଣୁ ସରକାର ଏଥିପାଇଁ ଲୋକଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।

ଗୃହ ମନ୍ତ୍ରାଳୟ ଗୁରୁବାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ‘ସାଇବର ଦୋସ୍ତ’ ଜରିଆରେ ଓଟିପି (ୱାନ ଟାଇମ ପାସୱାର୍ଡ)କୁ ନେଇ ମଧ୍ୟ ଚେତାବନୀ ଜାରି କରିଛନ୍ତି। ଏଥିରେ କୁହାଯାଇଛି କଲ ମର୍ଜ ହେବା କ୍ଷଣି ହିଁ ସାଇବର ଅପରାଧୀ ଓଟିପି ଜାଣି ବ୍ୟାଙ୍କ ଖାତା ଖାଲି କରିଦେଇପାରନ୍ତି। ଏହାବ୍ୟତୀତ ସୋସିଆଲ ମିଡ଼ିଆ ଆକାଉଣ୍ଟ ବି ହ୍ୟାକ କରିପାରନ୍ତି।

ତେବେ ଯଦି ଆପଣ ସାଇବର ଠକେଇର ଶିକାର ହେଉଛନ୍ତି ତାହେଲେ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବର ୧୫୫୨୬୦ ରେ ଅଭିଯୋଗ ମଧ୍ୟ କରିପାରିବେ। ଏହାବ୍ୟତୀତ cybercrime. gov.in ଉପରେ ମଧ୍ୟ ଅଭିଯୋଗ କରିପାରିବେ। ସାଇବର ଦୋସ୍ତ ସାଇବର ସୁରକ୍ଷାକୁ ନେଇ ଅନେକ ସୂଚନା ଦେଇଥାଏ।

ଡିଜିଟାଲ ପେମେଣ୍ଟ ହଉ କିମ୍ବା ଅନ୍ୟ କୌଣସି ଲେଣଦେଣ ସମୟରେ ମୋବାଇଲ ନମ୍ବରକୁ ଏକ ଓଟିପି ଆସିଥାଏ। ଏହି ଓଟିପିକୁ କାହାକୁ ବି ସେୟାର କରନ୍ତୁନାହିଁ। ଏହାସହ କେବେବି ପବ୍ଲିକ ୱାଇ ଫାଇ ଦ୍ୱାରା ଟ୍ରାନଜାକସନ କରିବା ଠାରୁ ଦୂରେଇ ରୁହନ୍ତୁ।

Spread the love