ଡିଭାଇଡରରେ ପିଟିହେଲା କାର, ୭ ମୃତ

ବେଙ୍ଗାଲୁରୁ, ୧୪।୦୧:  ଭୟଙ୍କର ଦୁର୍ଘଟଣା । ଜୀବନ ହାରିଲେ ୭ ଜଣ । ଏପରି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଦାବନଗେରେ ଅଞ୍ଚଳରେ ।

ସୂଚନାନୁସାରେ, ଶୁକ୍ରବାର ସକାଳେ ଏକ କାର୍ ଜାତୀୟ ରାଜପଥ ୫୦ ଦେଇ କଲାକାଟେ ଅଭିମୁଖେ ଯାଉଥିଲା । ତେବେ ଦାବନଗେରେରେ କାରଟି ହଠାତ ଡିଭାଇଡରରେ ପିଟି ହୋଇ ଯାଇଥିଲା ।ଦ୍ରୁତ ଗତି ଥିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଡିଭାଇଡରରେ ଏହାକୁ ପିଟି ଦେଇଥିଲେ ।

ପୋଲିସର କହିବାନୁସାରେ, ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଥିଲେ । ଅନ୍ୟ ଜଣେ ହସ୍ପିଟାଲ ନେବା ବାଟରେ ପ୍ରାଣ ହରାଇଥିଲେ । ସମସ୍ତ ମୃତକ ୟଦଗିର ଜିଲ୍ଲା ଶାହାପୁର ଅଞ୍ଚଳର ବୋଲି ଜଣାପଡିଛି ।

Spread the love