ବିଦ୍ୟୁତ୍ ଆଘାତରେ ଚାଲିଗଲା ୩ ଯବାନଙ୍କ ଜୀବନ, ୮ ଆହତ

ପାଟନା : ବିହାରର ସୁପୋଲ ଜିଲ୍ଲାରେ ଏସଏସବିର ୪୫ତମ ବାଟାଲିୟମର ବୀରପୁର କ୍ୟାମ୍ପରେ ଆଜି  ଘଟିଛି ବଡ ଅଘଟଣ। ବିଦ୍ୟୁତ୍ ଆଘାତରେ ୩ ପ୍ରଶିକ୍ଷଣପ୍ରାନ୍ତ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି। ଏଥିରୁ  ଚାରି ଆହତଙ୍କୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ କ୍ୟାମ୍ପରେ ଚାଞ୍ଚଲ୍ୟ ଖେଳି ଯାଇଛି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୪୫ତମ ବାଟାଲିୟମର କମାଣ୍ଡେଟ୍ ଏଚ କେ ଗୁପ୍ତାଙ୍କ ବଦଳି ହୋଇଥିଲା। ବୁଧବାରେ ସନ୍ଧ୍ୟାରେ ତାଙ୍କ ସମ୍ମାନରେ ବିଦାୟକାଳୀନ ସମାରୋହ ଆୟୋଜନ ହୋଇଥିଲା। ତେବେ ଆଜି  ମଧ୍ୟାହ୍ନ ପ୍ରାୟ ୧୨ଟା୩୦ରେ ଟ୍ରେନିଂ ଯବାନ ଟେଣ୍ଟ ଖୋଲୁଥିଲେ। ଏହି ସମୟରେ ଟେଣ୍ଟ ଉପର ଦେଇ ଯାଇଥିବା ଉଚ୍ଚକ୍ଷମତାସଂପନ୍ନ ତାରରେ ଆଲୁମିନିୟମର ଏକ ପାଇପ୍ ଲାଗି ଯାଇଥିଲା। ଫଳରେ ସମସ୍ତ ଯବାନ ଗୋଟିଏ ସ୍ଥାନରେ ଥିବାରୁ ଏକ ସଙ୍ଗେ ଅନେକ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ।

ଏହି ଘଟଣାରେ ମହାରାଷ୍ଟ୍ରର ଅତୁଲ ପାଟିଲ(୩୦), ପର୍ଶୁରାମ ସବର(୨୪) ଓ ମହେନ୍ଦ୍ର ଚନ୍ଦ୍ର କୁମାର(୨୮) ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଯବାନଙ୍କ ମଧ୍ୟରେ ନରସିଂହ ଚୌହ୍ଵାନ, କେ ଚନ୍ଦ୍ରଶେଖର, ପରିତୋଷ ଅଧିକାରୀ,  ମାଣ୍ଡଓ୍ଵେ ରାଜେନ୍ଦ୍ର ମହମ୍ମଦ ଶମଶାଦ, ସୁକୁମାର ବର୍ମା, ସୋନା ଲାଲ ଯାଦବ ଏବଂ ଆନନ୍ଦ କିଶୋରଙ୍କୁ ଅନୁମଣ୍ଡଳ ସାମିଲ୍। ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି। ଆଶୁ ଚିକିତ୍ସା କରେ ଚାରି ଯବାନଙ୍କୁ ଅନ୍ୟ ହସ୍ପିଟାଲ ପଠାଯାଇଛି। ବର୍ତ୍ତମାନ କ୍ୟାମ୍ପର କୌଣସି ବି ଅଧିକାରୀ କିଛି କହିବାକୁ ମନା କରି ଦେଇଛନ୍ତି।

Spread the love