ପରଲୋକରେ ବରିଷ୍ଠ ସାମ୍ବାଦିକ କମଲ ଖାନ

ନୂଆଦିଲ୍ଲୀ୧୪/୦୧: ପରଲୋକରେ ଜାତୀୟ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ କମଲ ଖାନ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ସୂଚନା ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । କମଲଙ୍କ ପରେ ତାଙ୍କ ପତ୍ନୀ ରୁଚି ଏବଂ ପୁଅ ଅମାନ ଅଛନ୍ତି । ଖାନ NDTVର କାର୍ଯ୍ୟନିର୍ବାହୀ ସମ୍ପାଦକ ଥିଲେ ।

ସେ ରାମନାଥ ଗୋଏଙ୍କା ପୁରସ୍କାର ଏବଂ ଭାରତର ରାଷ୍ଟ୍ରପତିଙ୍କଠାରୁ ଗଣେଶ ଶଙ୍କର ବିଦ୍ୟାଧର ପୁରସ୍କାର ପାଇଥିଲେ । ମୃତ୍ୟୁ ପରେ କମ୍ପାନୀ ପକ୍ଷରୁ କୁହାଯାଇଛି “NDTV ପାଇଁ ଏହା ଏକ ବହୁତ ଦୁଃଖଦ ଖବର । ଆଣ ପାଇଁ ବହୁତ କଷ୍ଟ ଯେ, ଆମେ ଗୋଟିଏ ଉଦୀୟମାନ ତାରକା ହରାଇଲୁ । ଲକ୍ଷ୍ନୌ ବ୍ୟୁରୋର ସେ ଥିଲେ ଗର୍ବ ଓ ଗୌରବ । ତାଙ୍କ ଭଳି ହୃଦବାନ ମଣିଷ ଟିଏ ପାଇବା କଷ୍ଟକର ।

NDTV ଆହୁରି ମଧ୍ୟ କହିଛି ଯେ ଗତ ଦଶନ୍ଧି ମଧ୍ୟରେ କମଲଙ୍କ ରିପୋର୍ଟିଂ ଷ୍ଟାଇଲ ଥିଲା ନିଆରା । ସବୁଠୁ ବଡ଼ କଥା ହେଲା, ସେ ଜଣେ ଅଦ୍ଭୁତ ମଣିଷ ଥିଲେ । ତାଙ୍କର ବିୟୋଗରେ ଅନେକ ବରିଷ୍ଠ ସାମ୍ୱାଦିକ ନିଜର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

Spread the love