ବିଜେଡ଼ି ସାମୁଖ୍ୟ ଦ୍ୱାରା ବ୍ୟାସକବିଙ୍କ ଜୟନ୍ତି ପାଳନ

ଭୁବନେଶ୍ବର : ଓଡ଼ିଆ ଭାଷାର ପ୍ରକୃତ ତ୍ରାଣ କର୍ତ୍ତା, ସମାଜ ସଂସ୍କାରକ, ପ୍ରତିଥ ଯଶା ସାହିତ୍ୟକ ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ର ଜୟନ୍ତି ଆଜି ବାଣୀବିହାର ସ୍ଥିତ ଉତ୍କଳ ବିଶଵବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ନିକଟରେ ବିଜେଡ଼ି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ତରଫରୁ ପାଳନ କରାଯାଇଅଛି। ଏହି ଅବସର ରେ ସାମୁଖ୍ୟ ର ବରିଷ୍ଟ ସଦସ୍ୟ ତଥା ପ୍ରଶାସକ ଦେବରାଜ ସେନାପତି, ଡ ଜୀବନ ଦିକ୍ଷୀତ,ଭୁବନେଶ୍ବର ସଂଯୋଜକ ସତ୍ୟବ୍ରତ ଜେନା, ନିଳକଣ୍ଠ ଦାସ, ଜୟନ୍ତି ପଣ୍ଡା, ଜ୍ୟୋତିର୍ମୟୀ ପଟ୍ଟନାୟକ, କବିତା ସୁବୁଦ୍ଧି, ବୈକୁଣ୍ଠ ଭୋଇ, ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସର ରେ ଫକୀର ମୋହନ ଙ୍କ ସାହିତ୍ୟ ଯେଏକ ଚିରକାଳ ସାହିତ୍ୟ ଏବଂ କିଭଳି ଜନସମାଜ ର ଦିଗ ବାରେଣି ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏହି ସାହିତ୍ୟ ଯେ କୋଣସି ପରିସ୍ଥିତି ,ଯୁଗ,ସମୟଓ ରାଜନୈତିକ ପାଣିପାଗ ରେ ପ୍ରଭାବ ଶୂନ୍ୟ ହୋଇ ନ ପାରେ ବରଂ ଏହା ସବୁ ପରିସ୍ଥିତି ରେ ସମାଜ ର ନିଷ୍ପେସିତ ଙ୍କ ନିମନ୍ତେ ମହାମନ୍ତ୍ରଭାବରେ ଉଭା ହେବ ।ତାଙ୍କର ଉପନ୍ୟାସ ଗଳ୍ପ କବିତା ପ୍ରବନ୍ଧ ଓ ଲଳିତ ନିବନ୍ଧ ଏ ଜାତିର ଜାତକ କହିଲେ ଅତ୍ୟୁକ୍ତି ହେବନାହିଁ।

Spread the love