ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ଛୁରା ମାଡରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ଵର ୧୫।୦୧: ରାଜଧାନୀରେ ଗୋଷ୍ଠୀ ସଂଘର୍ଷରେ ଗଡିଲା ମୁଣ୍ଡ। ଛୁରାମାଡରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିଭତ୍ସ ହତ୍ୟା ଗଜପତି ନଗର ପ୍ରେସ ଛକରେ ଘଟିଛି। ମୃତକ  ହେଉଛନ୍ତି ଗାଡକଣ ଅଞ୍ଚଳର ଚିଣ୍ଟୁ।

ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ଛୁରା ମାଡରେ ଜନେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତରଙ୍କୁ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ୍ ଆରମ୍ଭ କରିଛି।

Spread the love