ମାଳତୀପାଟପୁର ବସଷ୍ଟାଣ୍ଡରୁ ଅଭିନବ ଉପାୟରେ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ପୁରୀ ୧୫/୦୧: ମାଳତୀପାଟପୁର ବସଷ୍ଟାଣ୍ଡରେ ଅଭିନବ ଉପାୟରେ ଚୋରି। ତେବେ ଚୋରି କରୁଥିବା ସମୟର ଭିଜୁଆଲ ସିସିଟିଭିରେ ଦେଖି ଚୋରଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ। ଏଭଳି ଏକ ଭିଜୁଆଲ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ଜଣେ ଚୋରକୁ ଅଟକ ରଖି ସ୍ଥାନୀୟ ଲୋକେ ସଦର ଥାନା ଜିମା ଦେଇଛନ୍ତି। ଅଭିଯୁକ୍ତର ନାଁ ଜଣା ପଡିନଥବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଆଜି ସକାଳେ ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ କିଛି ଗଙ୍ଗା ସାଗର ଯାତ୍ରୀ ଜିନିଷପତ୍ର ପାଖରେ ରଖି ବସିଥିଲେ। ତେବେ ତିନିଜଣ ଯୁବକ ଧଳା କପଡା ଧରି ଅଭିନବ ଉପାୟରେ ଚୋରୀ କରି ଫେରାର ହେଉଥିବା ସମୟରେ ସେଠାରେ ଥିବା ଜଣେ ଯୁବକ ପହଞ୍ଚି ଜଣକୁ କାବୁ କରିଥଲେ। ତେବେ ଏନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ନାଁ ସ୍ପଷ୍ଟ କରିନାହିଁ।

Spread the love