କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ

କୋରାପୁଟ, ୧୬|୦୧: କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ । କୋରାପୁଟ ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ୧୩ ଗୋଟି ବୁଥରେ ନିର୍ବାଚନ କରାଯିବ। ଏହି ନିର୍ବାଚନରେ ଯେ କେହି ବି ଯଦି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ବିଭିନ୍ନ ସମୟରେ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର କରି ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଉଦ୍ୟମ ଜାରି ରଖିଛି। ଆନ୍ଧ୍ର ଏଜେଣ୍ଟମାନେ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ଓଡ଼ିଶା ବିପକ୍ଷରେ ଉସୁକାଉଥିବା ଦେଖିବାକୁ ମିଳୁଛି। ତେବେ ପଞ୍ଚାୟତ ନିର୍ବାଚନ ରେ ଆନ୍ଧ୍ର ପକ୍ଷରୁ କିଛି ବିଶୃଙ୍ଖଳା କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କହିଛନ୍ତି ଜିଲ୍ଲାପାଳ।

Spread the love