ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର ୧୬।୦୧: ୪ ଆଇଏଏସଙ୍କୁ ପ୍ରମୋସନ । ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । ୧୯୯୧ ବ୍ୟାଚର ଏହି ଆଇଏଏସଙ୍କୁ ମିଳିଛି ପ୍ରମୋସନ । ସେମାନେ ହେଲେ ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟବ୍ରତ ସାହୁ ଏବଂ ବିଜୟ ଆରୋରା ।

ସେହିଭଳି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨ ଆଇଏଏସଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ଆଇଏଏସ୍ ଜି.ଶ୍ରୀନିବାସ ଓ ଆରତି ଆହୁଜାଙ୍କୁ ମଧ୍ୟ ମିଳିଛି ପ୍ରମୋସନ । ବର୍ତ୍ତମାନ ଏହି ଅଧିକାରୀମାନେ ଯେଉଁ ଦାୟିତ୍ୱ ତୁଳାଉଛନ୍ତି । ତାକୁ ଜାରି ରଖିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread the love