ରାକେଶ ମଲିକଙ୍କ ନେତୃତ୍ବରେ ସୋର ବିଜେପିର ମହାମିଶ୍ରଣ ପର୍ବ

ସୋର,୧୬/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ଯଶୈଳୀ ବାଲେଶ୍ଵରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିତି ଆଦର୍ଶ ତଥା ସୋର ବିଜେପି ନେତା ରାକେଶ ମଲିକଙ୍କ ବଳିଷ୍ଠ ନେତୃତ୍ବରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳରୁ ପ୍ରମୁଖ ନେତୃବୃନ୍ଦଙ୍କ ସହିତ ସହସ୍ରାଧିକ କାର୍ଯ୍ଯକର୍ତ୍ତା ଆଜି କମରପୁର ସ୍ଥିତ ଦଳୀୟ କାର୍ଯ୍ଯାଳୟରେ ବିଜେପିରେ ଯୋଗଦାନ କଲେ।

ଏହି ମହାମିଶ୍ରଣ ପର୍ବରେ ସୋରର ପୂର୍ବତନ ବ୍ଲକ ଅଧ୍ୟକ୍ଷା ରଶ୍ମିରାଣୀ ଜେନା, ପୂର୍ଣ୍ଣଚନ୍ଦ୍ର ପ୍ରଶାସନିକ ଅଧିକାରୀ ରବୀନ୍ଦ୍ର ଜେନା କଂଗ୍ରେସ ଦଳରୁ କୋଚିଆକୋଇଲି ର ବିଜେଡି ସମର୍ଥିତ ସରପଞ୍ଚ ଦିବାକର ମଲିକ, ପାଖରର ସ୍ବାଧୀନ ସରପଞ୍ଚ ତ୍ରିଲୋଚନ ପାଣିଗ୍ରାହୀ ଏବଂ ଦୁଇଜଣ ୱାର୍ଡ ସଭ୍ଯ, ସରଶଙ୍ଖ ର ପୂର୍ବତନ କମ୍ୟୁନିଷ୍ଟ ସରପଞ୍ଚ ଓ ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ସାହୁ, ନିଶ୍ଚିନ୍ତପୁର ରୁ ରୁଦ୍ରଚରଣ ବେହେରା ଙ୍କ ସହିତ ବିଜେଡି ସମର୍ଥିତ ନାଏବ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମହାରଣା, ଖରାସାହାପୁର ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଅମର କୁଣାର ନାୟକ, ଆରୁହାବାଡରୁ ବରିଷ୍ଠ ବିଜେଡି ନେତା ବିଜୟ ମହାରଣା, ସିଙ୍ଗାଖୁଣ୍ଟାର ଅବସରପ୍ରାପ୍ତ କର୍ମଚାରୀ ମହେଶ୍ବର ବେହେରା, ଅଞୀ ରୁ ଅର୍ଚ୍ଚନା ଜେନା, ବରିପଦା ରୁ ଶରତ ଦାସ, କେଶରୀପୁର ରୁ କଂଗ୍ରେସ ଓ୍ବାର୍ଡ ସଭ୍ଯ ପ୍ରାର୍ଥୀ ସାଧୁ ସିଂ ଙ୍କ ନେତୃତ୍ବରେ ଅନ୍ୟଦଳରୁ ସହସ୍ରାଧିକ କାର୍ଯ୍ୟକର୍ତ୍ତା ବିଜେପିର ସାମିଲ ହେଲେ। ଆଗାମୀ ଦିନରେ ଏମାନଙ୍କ ମିଶ୍ରଣ ସୋରରେ ଭାରତୀୟ ଜନତାପାର୍ଟି ତୃଣମୂଳ ସ୍ତରରେ ବିଜେପିକୁ ଦୃଡ କରିବା ସହିତ ବିଜେପି ଉଭୟ ବାହାନଗା ଏବଂ ସୋରରେ ବ୍ଲକ ଦଖଲ କରିବ ସସିତ ବାଲେଶ୍ଵର ଜିଲ୍ଲା ପରିଷଦ ହାତେଇବ ବୋଲି ବାଲେଶ୍ଵର ସାଂସଦ ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ମହାମିଶ୍ରଣ ପର୍ବକୁ ସୋର ନିର୍ବାଚନ ମଣ୍ଡଳୀର ସଂଯୋଜକ ରାଜାରାମ ମହାପାତ୍ର ସଂଚାଳନ କରିବା ସହିତ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମଟ୍ୟୁ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଇଶ୍ବର ଚନ୍ଦ୍ର ବେହେରା, ବାହାନଗା ବ୍ଲକ ଅଧ୍ୟକ୍ଷା ସରସ୍ବତୀ ମହାଳିକ, ଜିଲ୍ଲା ମହିଳାମୋର୍ଚ୍ଚାର ସଭାନେତ୍ରୀ ମନୀଷା ବେହେରା, ଜିଲ୍ଲା ଅନୁସୂଚିତ ଜାତିମୋର୍ଚ୍ଚା ସଭାପତି ମୃତ୍ଯୁଞୟ ଜେନା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ସୋରର ପୂର୍ବତନ ନଗରପାଳ ନଳିନୀକାନ୍ତ ମହାପାତ୍ର, ୪୩ ନମ୍ବର ଜିଲ୍ଲା ପରିଷଦ ସଭ୍ଯ ରାଜେନ୍ଦ୍ର ପ୍ରସାଦ ନାୟକ, ମିଡିଆ ସଂଯୋଜକ ଶ୍ରୀଧର ମହାପାତ୍ର, ସମସ୍ତ ମଣ୍ଡଳ ସଭାପତିଙ୍କ ସହିତ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ କୋଭିଡ ଗାଇଡଲାଇନ ଅନୁସାରେ ପରିଚାଳନା କରିଥିଲେ।

Spread the love