ଲାଞ୍ଚ ନେବା ବେଳେ କିରାଣୀକୁ ମାଡି ବସିଲା ଭିଜିଲାନ୍ସ

ଜଗତସିଂହପୁର ୧୬।୦୧: ହାଇବା ମାଲିକଙ୍କ ଟ୍ରକ ଖସାଇ ଦେବା ନାଁରେ ଲାଞ୍ଚ ନେଉଥିଲେ କିରାଣୀ। ହେଲେ ଠିକ୍ ସମୟରେ ମାଡି ବସିଲା ଭିଜିଲାନ୍ସ। କିରାଣୀଙ୍କୁ ଗିରଫ କରି ଲାଞ୍ଚ ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ଜଗତସିଂହପୁର-ଭିଜିଲାନ୍ସ ହାତରେ ନାଉଗାଁ ତହସିଲ କିରାଣୀ ପ୍ରାଣକୃଷ୍ନ ନାୟକ। ବାଲି ହାଇବା ମାଲିକ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।  ସ୍ଥାନୀୟ ସାଳ ଗାଁର ନଗେନ୍ଦ୍ର ଜେନା ନାମକ ଜଣେ ହାଇବା ମାଲିକଙ୍କ ଟ୍ରକ ଖସାଇ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଟିମ ଅଭିଯୁକ୍ତକୁ ଗିରଫ ସମୟରେ ଧସ୍ତା ଧସ୍ତି ହେବା ଯୋଗୁଁ ଜଣେ ଭିଜିଲାନ୍ସ ଅଧିକାରୀ ଆହତ ହୋଇ ଥିବାର ଜଣା ଯାଇଛି ।

Spread the love