ନୂଆସୁଙ୍ଗୁଡାକୁ ରାଜସ୍ବ ଗ୍ରାମ ମାନ୍ୟତା ନିମିଳିଲେ ଭୋଟ ବର୍ଜନ ନିଷ୍ପତ୍ତି

ଚଣ୍ଡିଖୋଲ ୧୬/୦୧: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆ ସୁଙ୍ଗୁଡା ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବିରେ ଗ୍ରାମବାସୀ ମାନେ ସମୂହ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ନୂଆ ସୁଙ୍ଗୁଡା ଗ୍ରାମରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଛି। ଭୌଗୋଳିକ ଦୃଷ୍ଟିକୋଣରୁ ନୂଆସୁଙ୍ଗୁଡା ଗ୍ରାମ ବେଶ ଗୁରୁତ୍ୱ ବହନ କରୁଛି । ତେଣୁ ରାଜସ୍ବ ଗ୍ରାମ ପାଇଁ ଯାହା ସବୁ ସରକାରୀ ନିୟମାବଳୀ ରହିଛି ସେ ସବୁ ନୂଆସୁଙ୍ଗୁଡା ଗ୍ରାମରେ ରହିଥିବା ବେଳେ, ରାଜସ୍ବ ଗ୍ରାମରୁ ବାଦ ପଡିଛି ଯାହାକିୁ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଚଣ୍ଡିଖୋଲ ଛକରୁ ଅନତି ଦୂରରେ ଅବସ୍ଥିତ ରହିଛି ନୂଆସୁଙ୍ଗୁଡା ଗ୍ରାମ। ରାଜସ୍ବ ଗ୍ରାମ ମାନ୍ୟତା ଦାବିରେ ବିଭିନ୍ନ ପ୍ରଶାସନିକ ସ୍ତରରେ ଅଭିଯୋଗ କରାଯାଇ ଥିଲେ ସୁଦ୍ଧା ଆଜି ବି ପଡା ଗ୍ରାମରେ ରହିଛି । ତେଣୁ ଆଜି ଗ୍ରାମବାସୀମାନେ ଏକତ୍ରିତ ହୋଇ ନିଜ ଦାବି ରଖିଛନ୍ତି। ଯଦି ନୂଆସୁଙ୍ଗୁଡା ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା କରାନଯାଏ ତେବେ ଗ୍ରାମବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love