ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠୁ ନାମାଙ୍କନ ଦାଖଲ : ନୋଡାଲ ଅଫିସରଙ୍କୁ ଦିଆଗଲା ତାଲିମ

ଜଗତସିଂହପୁର, ୧୭/୦୧:  ତ୍ରିସ୍ତରୀୟ ପଂଚାୟତ  ନିର୍ବାଚନ ନିମନ୍ତେ ସୋମବାରଠାରୁ  ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଏହି ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ ତଥା ନୋଡାଲ ଅଫିସର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ୱାର୍ଡ ସଭ୍ୟ,ସରପଞ୍ଚ,ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ମାନେ କିପରି ଓ କେଉଁ ଆଧାରରେ ନାମାଙ୍କନ ପତ୍ର ଦାଖଲ କରିବେ ସେ ବାବଦରେ ଦାୟିତ୍ବରେ ଥିବା ନୋଡାଲ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ୱାର୍ଡ ସଭ୍ୟ ଓ ସରପଞ୍ଚ ପଂଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ବ୍ୟବସ୍ଥା ହୋଇ ଥିବା ବେଳେ ସମିତି ସଭ୍ୟ ବ୍ଲକ କାର୍ଯ୍ୟାଳୟରେ ଓ ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ ।

ନାମାଙ୍କନ ପତ୍ର ଦାଖଲ କରିବାକୁ ଆସୁ ଥିବା ପ୍ରାର୍ଥୀମାନେ କୋଭିଡ୍ ନିୟମ ପାଳନ କରିବା ସହ କୌଣସି ଶୋଭାଯାତ୍ରା କରି ଆସି ପାରିବେ ନାହିଁ । ତେବେ ବିଭିନ୍ନ ଦଳରେ ଆଜି ପର୍ଯ୍ୟନ୍ତ ଚୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇ ପାରି ନଥିବା ଦେଖିବାକୁ ମିଳିଛି ।

Spread the love