ପିଲାବେଳେ ନାଚ ପାଇଁ ମାଡ ଖାଉଥିଲେ ନୋରା

ନୂଆଦିଲ୍ଲୀ ୧୭।୦୧:  ବଲିଉଡ୍‌  ଇଣ୍ଡଷ୍ଟ୍ରିର ହଟ୍‌ ଆଣ୍ଡ ଗ୍ଲାମରସ୍‌ ଅଭିନେତ୍ରୀ ନୋରା ଫତେହି । ସବୁଆଡେ ତାଙ୍କୁ ନେଇ ଚର୍ଚ୍ଚା , ତାଙ୍କ ଡ୍ୟାନ୍ସର ଯାଦୁରେ ସମସ୍ତେ ଦିୱାନା । ଯେତିକି ତାଙ୍କ ଡ୍ୟାନ୍ସ ପାଇଁ ସେତିକି ତାଙ୍କ ସୁନ୍ଦର ଓ ଷ୍ଟାଇଲ ପାଇଁ ସବୁ ମତୁଆଲା । ଆଜି ସେ ତାଙ୍କ ନିଜ ପରିଶ୍ରମ ବଳରେ ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏବେ ସେ ନାଚର ରାଣୀ ପାଲଟିଛନ୍ତି ଏବଂ ଏହି ନୃତ୍ୟ ହେତୁ ସେ ଭାରତୀୟଙ୍କ ହୃଦୟରେ ରାଜ୍‌ କରୁଛନ୍ତି । କେବଳ ଭାରତୀୟ ନୁହଁନ୍ତି, ବିଦେଶୀମାନେ ମଧ୍ୟ ତାଙ୍କର ଦକ୍ଷତା ଦ୍ୱାରା ଆକର୍ଷିତ ହୁଅନ୍ତି । ସମସ୍ତ ପ୍ରକାରର ଡ୍ୟାନ୍ସ ଫର୍ମରେ ନୋରାଙ୍କୁ ଦେଖିବାକୁ ମିଳିଥାଏ । ନୋରା ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେଥିପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା । ତେବେ ଚାଲନ୍ତୁ ଜାଣିବା  ସେ କିପରି ନୃତ୍ୟର ରାଣୀ ହୋଇଥିଲେ…

ବାସ୍ତବରେ, ନୋରା ଯେଉଁ ପରିବାରରୁ ଆସିଛନ୍ତି , ଡ୍ୟାନ୍ସକୁ ଭଲ ଭାବରେ ବିବେଚନା କରାଯାଏ ନାହିଁ । ତେଣୁ ଅନ୍ୟ ଝିାମାନଙ୍କ ପରି ନୋରା ଫତେହିଙ୍କ ନୃତ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । କିନ୍ତୁ ନୋରାଙ୍କ ଗୋଡ ଗୀତ ଶୁଣିବା ମାତ୍ରେ ସେ ନାଚିବାକୁ ଲାଗେ । ଏଥିପାଇଁ ନୋରା ଲୁଚି ଲୁଚି ନାଚନ୍ତି । କିନ୍ତୁ ଯେତେବେଳେ ତାଙ୍କ ମା ଜାଣିବାକୁ ପାଇଲେ ଯେ ସେ ନାଚୁଛନ୍ତି ସେତେବେଳେ ତାଙ୍କୁ ବହୁତ ମାଡ ଗାଳି ଦିଆଯାଉଥିଲା । କିନ୍ତୁ ନୋରା ନୃତ୍ୟ ପଛରେ ଏତେ ପାଗଳ ଥିଲେ ଯେ ମାଡ ମାରିବା ପରେ ମଧ୍ୟ ନାଚିବା ବନ୍ଦ କରିନଥିଲେ । ବିଶେଷକରି ସେ ଭାରତୀୟ ସିନେମାକୁ ବହୁତ ଫଲୋ କରୁଥିଲେ। ସେ ସବୁବେଳେ ବଲିଉଡ ଗୀତକୁ ପସନ୍ଦ କରୁଥିଲେ । ଯେତେବେଳେ ନୋରା ବଡ ହେଲେ ସେ ଭାରତ ଆସିବାକୁ ଚିନ୍ତା କଲେ କିନ୍ତୁ ଏଥିପାଇଁ ତାଙ୍କୁ ସେତେବେଳେ କେହି ତାଙ୍କୁ ସମର୍ଥନ କଲେ ନାହିଁ ।

ନୋରା ଫତେହି ପ୍ରାୟ ଏକ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ଅଛନ୍ତି । ହେଲେ ଏକ ଦଶନ୍ଧି ପୂର୍ବରୁ ଯେତେବେଳେ ନୋରା ଫତେହି ଭାରତକୁ ଆସିଥିଲେ, ସେତେବେଳେ ତାଙ୍କ ପାଖରେ ସମୁଦାୟ ୫ ହଜାର ଟଙ୍କା ଥିଲା । ଏହା ଏକ ସଂଘର୍ଷମୟର ସମୟ ଥିଲା ଏବଂ ସେହି ସମୟ ମଧ୍ୟରେ ନୋରା ମଧ୍ୟ ବହୁତ କଷ୍ଟଦାୟକ ଯନ୍ତ୍ରଣା ସହ ସମୟ ଦେଖିଥିଲେ । ଅଡିସନରୁ ବାହାରିବା ପରେ ସେ ବହୁତ ଅସୁବିଧାର ଭୋଗ କରିଥିଲେ । ଦିନେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ନୋରା ସାହସ ଛାଡି ଦେଇଥିଲେ । କିନ୍ତୁ ତା’ପରେ ୨୦୧୮ରୁ ତାଙ୍କ ଭାଗ୍ୟ ଉଜ୍ଜ୍ୱଳ ହେଲା। ଧିରେ ଧିରେ ନୋରା  ହିଟ୍‌ ହେଲେ । ସବୁଠାରୁ ବଡ ପରିଚୟ ପାଇଥିଲେ ଯେତେବେଳେ ସତ୍ୟମୟ ଜୟତେଙ୍କ ଦିଲବର୍ ଗୀତ ରିଲିଜ୍ ହେଲା । ସେବେଠାରୁ ସେ ଜଣେ ଆଗ ଧାଡିର ଅଭିନେତ୍ରୀ ହେବ ସହ ଜଣାଶୁଣା ଡ୍ୟାନ୍ସର ହୋଇ ପାରିଛନ୍ତି ।

Spread the love