ଦ୍ୱିତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ଭଦ୍ରକର ଦୁଇ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ

ଭଦ୍ରକ ୧୮।୦୧ : ଦ୍ୱିତୀୟ ଦିନରେ ଆଜି ଦୁଇ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଭଦ୍ରକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଦାଖଲ କରିଛନ୍ତି। ଦ୍ୱିତୀୟ ଦିନରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ୧ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଭାବେ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନିକଟତର  ପ୍ରିନ୍ସ ରାକେଶ ନାୟକ ନାମାଙ୍କନପତ୍ର ଦାଖଲ କରିଛନ୍ତି।  ସେହିପରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ୧୫ ନମ୍ବର ଜୋନ ବିଜେଡି ପ୍ରାର୍ଥୀ  ଭାବେ ପ୍ରଫୁଲ୍ଲ  ଜେନା ଆଜି ଉପ ଜ଼ିଲ୍ଲାପାଳ ଙ୍କ ନିକଟରେ ପାର୍ଥିପତ୍ର ଦାଖଲ କରିଛନ୍ତି ।

ଏକ ନମ୍ବର  ଜୋନ ଏକ ପଛୁଆ ଵର୍ଗ ଅଞ୍ଚଳ ହେଇଥିବା ବେଳେ ପ୍ରତ୍ୟେକ ଲୋକର ଦୁଃଖ ସୁଖରେ ସାଥି ହେବା ସହିତ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନ ମୋ ପାଇଁ ପ୍ରାଥମିକତା ହେଵ ବୋଲି କହିଛନ୍ତି ଯୁବ ବିଜେଡି ନେତା ପ୍ରିନ୍ସ ରାକେଶ ନାୟକ। ଅନ୍ୟପଟେ ଭଣ୍ଡାରିପୋଖରୀ ର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ଆଜି ୧୫ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡିରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ମୁଖମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଯୋଗୁଁ, ବିଜେଡି ବିପୁଳ ଭୋଟ ରେ ଜିତିବ ବୋଲି ପ୍ରଫୁଲ୍ଲ ଜେନା କହିଛନ୍ତି । ସେହି ପରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ପାର୍ଥି ମାନେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ପାର୍ଥି କୋଭିଡ଼ କଟକଣା ମଧ୍ୟ ନାମାଙ୍କନ ଭରୁଛନ୍ତି।

Spread the love