ପୁଅକୁ ଟିକେଟ୍ ଦେଲେ ସାଂସଦ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ’, ନଡ୍ଡାଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ଲକ୍ଷ୍ନୌ ୧୮/୦୧ପୁଅକୁ ଟିକେଟ୍ ଦେଲେ ସାଂସଦ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ । ବିଜେପି ହାଇକମାଣ୍ଡରୁ ଏପରି ପ୍ରସ୍ତାବ ଦେଇଛନ୍ତି ବିଜେପି ନେତ୍ରୀ । ଅହ୍ଲାବାଦ ଆସନରୁ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ନିଜ ପୁଅ ମୟଙ୍କ ଯୋଶୀଙ୍କୁ ଦଳର ଟିକେଟ୍ ମିଳିଲେ ସାଂସଦ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ଏପରି ପ୍ରସ୍ତାବ ଦେଇଛନ୍ତି ରୀତା ବହୁଗୁଣା। ଲକ୍ଷ୍ନୌ କ୍ୟାଣ୍ଟ ଆସନରୁ ପୁଅ ମୟଙ୍କ ଯୋଶୀଙ୍କ ପାଇଁ ଟିକେଟ୍ ଆଶା ରଖିଛନ୍ତି ବିଜେପିର ଏହି ବରିଷ୍ଠ ନେତ୍ରୀ । ସୂଚନାଯୋଗ୍ୟ ବିଜେପି ସାଂସଦମାନଙ୍କୁ ଟିକେଟ ଦେବାକୁ ମନା କରିସାରିଛି। ଦଳ ଗୋଟିଏ ପରିବାର ଗୋଟିଏ ଟିକେଟ ନେଇ ଘୋଷଣା କରିଛି। ଏପରି ସ୍ଥଳେ ମୟଙ୍କକୁ ଟିକେଟ୍ ମିଳିବା ନେଇ ଅନିଶ୍ଚିତା ରହିଛି।

ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ କହିଛନ୍ତି, ଦଳ ଗୋଟିଏ ପରିବାରରୁ କେବଳ ଜଣଙ୍କୁ ଟିକେଟ୍ ଦେବା ବାବଦରେ ଜାଣିବା ପରେ ମୁଁ ଏହି ପତ୍ର ଲେଖିଛି। ରୀତା କହିଛନ୍ତି, ଯଦି କେହି ରାଜନୀତିକୁ ଆସିବାକୁ ଚାହେଁ ଏବଂ ଦୀର୍ଘ ଦିନରୁ ସମାଜସେବାରେ ନିଜକୁ ଲପ୍ତ ରଖିଛି, ତାଙ୍କୁ ଟିକେଟ ଦେବାରେ କୌଣସି ଅସୁବିଧା ନରହିବା ଦରକାର ।

ଏହାସହ ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ନ ଲଢିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ଏବେ ମୁଁ ସାଂସଦ ପଦରୁ ଇସ୍ତଫା ଦେଇ ଦଳ ପାଇଁ କାମ କରିବାକୁ ଚାହୁଁଛି। ପୁଅକୁ ଟିକେଟ ଦେବାରେ ଯଦି ମୋର ସାଂସଦ ପଦ ବାଧା ସୃଷ୍ଟି କରୁଛି, ତେବେ ଏହି ପଦବୀରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି।

Spread the love