ସରକାରୀ ସର୍ଭରରୁ ହଜାର ହଜାର ଲୋକଙ୍କ ଡାଟା ଲିକ୍ !

ଭାରତରେ ହଜାର ହଜାର ଲୋକଙ୍କ ଡାଟା ଏକ ସରକାରୀ ସର୍ଭରରୁ ଲିକ୍ ହୋଇଯାଇଛି। ଯେଉଁଥିରେ ଲୋକଙ୍କ ନାମ, ବୟସ, ମୋବାଇଲ ନମ୍ବର, ଘର ଠିକଣା ଓ କୋଭିଡ ଯାଞ୍ଚ ଫଳାଫଳ ଆଦି ରହିଛି। ଏବେ ଏହି ଡାଟାଗୁଡିକ ଅନଲାଇନ ସର୍ଚ୍ଚ କରି ପ୍ରାପ୍ତ କରାଯାଇପାରୁଛି। ଲିକ୍ ହୋଇଥିବା ଡାଟା ‘ରେଡ ଫୋରମ’ର ୱେବସାଇଟରେ ବିକ୍ରି ଲାଗି ରଖା ଯାଇଛି। ଜନୈକ ସାଇବର ଅପରାଧୀ ଏଠାରେ ୨୦ ହଜାର ଲୋକଙ୍କ ଡାଟା ଥିବାର ଦାବି କରିଛି।

ରେଡ ଫୋରମରେ ପଡିଥିବା ଡାଟାରେ ଲୋକଙ୍କ ନାମ, ଲିଙ୍ଗ, ବୟସ, ମୋବାଇଲ ନମ୍ବର, ଘର ଠିକଣା, ତାରିଖ ଓ କୋଭିଡ-୧୯ ଯାଞ୍ଚର ଫଳାଫଳ ରହିଛି। ଯାହାକୁ ଏକ କଣ୍ଟେଣ୍ଟ ଡେଲିଭରୀ ନେଟୱାର୍କ ଜରିଆରେ ସାର୍ବଜନିକ କରିଦିଆଯାଇଛି। ଏହି ସବୁ ଡାଟା ଏକ ସରକାରୀ ସିଡିଏନ ମାଧ୍ୟମରେ ଲିକ୍ ହେଉଛି। ଗୁଗଲ ଏବେ ପାଖାପାଖି ୮ ଲକ୍ଷ ସାର୍ବଜନିକ ଓ ଗୋପନୀୟ ସରକାରୀ ଡକ୍ୟୁମେଣ୍ଟକୁ ସର୍ଚ୍ଚ ଇଞ୍ଜିନରେ କ୍ରମବଦ୍ଧ କରିଛନ୍ତି। ଲୋକଙ୍କ ଏହି ସବୁ ଡାଟା ଏବେ ଡାର୍କ ୱେବରେ ସୂଚୀବଦ୍ଧ ରହିଛି।

ଏହି ସବୁ ଡାଟା ତୁରନ୍ତ ହଟାଯିବାର ଆବଶ୍ୟକତା ରହିଛି। ଏଥିଲାଗି ଇ-ମେଲ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଜବାବ ଏପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଦେଇ ନାହାନ୍ତି। ତେବେ ଯେଉଁ ଡାଟା ଲିକ୍ ହୋଇଛି ସେ ସବୁ କୋ-ୱିନ୍‌ ପୋର୍ଟାଲରେ ଅପଲୋଡ ହେବାକୁ ଥିଲା। ତେବେ ଏହା ପୂର୍ବରୁ ସେ ସବୁ ଲିକ୍ ହୋଇଯାଇଛି। ସରକାର ଦେଶରେ ଟିକାକରଣ ଅଭିଯାନକୁ ସଫଳ କରିବା ଲାଗି ଡିଜିଟାଲ ପ୍ଲାଟଫର୍ମ ଉପରେ ଜୋର ଦେଇଥିଲେ। ଏଥିରେ ଅନେକ ବିଭାଗ ସେମାନଙ୍କ କର୍ମଚାରୀଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ ଆପ ମଧ୍ୟ ଅପଲୋଡ କରିବାକୁ ପରାମର୍ଶ ଦେଇଥିଲେ।

ଏବେ ଡାଟା ଲିକ୍ ହୋଇ ଯାଇଥିବାରୁ ଏଥିପ୍ରତି ଲୋକଙ୍କୁ ସତର୍କ ରହିବା ଜରୁରି ହୋଇପଡିଛି। ଏଥିରେ ସାଇବର ଅପରାଧୀ ଲୋକଙ୍କୁ କଲ କରି କୋଭିଡ-୧୯ ସମ୍ପର୍କିତ ବିଭିନ୍ନ ଉପସ୍ଥାପନ କରିପାରନ୍ତି। ଲୋକେ ଏଥିପ୍ରତି ଏବେ ସତର୍କ ରହିବା ଉଚିତ। କାରଣ ସେମାନଙ୍କର ଡାଟା ଡାର୍କ ୱେବରେ ବିକ୍ରି ହେଉଛି। ଡାର୍କ ୱେବରେ ବିକ୍ରି ହେଉଥିବା ଡାଟା ପ୍ରାୟତଃ ସାଇବର ଅପରାଧୀମାନେ ନିଜ ଲାଗି ବ୍ୟବହାର କରିଥାନ୍ତି। ଏଥିରେ ସେମାନେ ଠକେଇ ଓ ଅନ୍ୟପ୍ରକାରର ସାଇବର ଅପରାଧ କରିଥାନ୍ତି।

ମାମଲାରେ କେନ୍ଦ୍ର ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ପଷ୍ଟିକରଣ ଦେଇଛନ୍ତି। କୋ-ୱିନ  ଡାଟା ଲିକ୍‌ର ଆମେ ଯାଞ୍ଚ କରୁଥିବା କହିଛନ୍ତି। ତେବେ ଜାହା ଜଣାପଡୁଛି ଲିକ୍ ହୋଇଥିବା ଡାଟା କୋ-ୱିନ୍ ସମ୍ବଦ୍ଧିତ ନୁହେଁ। କାରଣ ଏହି ଆପରେ ଆମେ କାହାର ପତା ଠିକଣା ରଖୁନୁ କି  ଲୋକଙ୍କ ଭେକ୍ସିନେସନ ଟେଷ୍ଟର କୌଣସି ସୂଚନା ଏକତ୍ର କରୁନୁ।   ତେବେ କେତେକ ମିଡିଆ ରିପୋର୍ଟରେ କୋ-ୱିନ୍‌ ଡାଟା ଲିକ୍ ହୋଇଥିବାର କୁହାଯାଉଛି। ତେବେ ଏଠାରେ ଆମେ ସ୍ପଷ୍ଟ କରିଦେଉଛୁ କି କୋ-ୱିନରୁ କୌଣସି ଡାଟା ଲିକ୍ ହୋଇ ନାହିଁ ଓ ଲୋକଙ୍କ ପୁରା ଡାଟା ଡିଜିଟାଲ ପ୍ଲାଟଫର୍ମରେ  ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି।

Spread the love