ଆସନ୍ତାକାଲି ୫ ନିର୍ବାଚନୀ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ

ନୂଆଦିଲ୍ଲୀ ,୨୧।୧: ଆସନ୍ତାକାଲି ୫ ନିର୍ବାଚନୀ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ କରିବେ ନିର୍ବାଚନ ଆୟୋଗ । ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଗୁଡିକୁ ରାଲି ପାଇଁ ଅନୁମତି ଦିଆଯିବ ନା ନାହିଁ ଏହା ଉପରେ ଆଲୋଚନା ହୋଇପାରେ । ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଫିଜିକାଲ ପ୍ରଚାର ଉପରେ ରୋକ ଲଗାଇଛନ୍ତି । ନିର୍ବାଚନ ରାଲି, ରୋଡ ସୋ ଉପରେ ପ୍ରଥମେ ଜାନୁଆରୀ ୧୫ ଏବଂ ପରେ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ ।

ନିର୍ବାଚନ ଆୟୋଗ ଆସନ୍ତାକାଲି ସ୍ଥିତି ପରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ରାଜ୍ୟ ଗୁଡିକର ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବ ଗୁଡିକ ସହ ବୈଠକ କରିବେ । ଏହି ସମୟରେ ପାଞ୍ଚ ରାଜ୍ୟ-ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆର ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ନିର୍ବାଚନ ଆୟୋଗ ଆଗରେ ରାଜ୍ୟର ଟିକାକରଣ ଏବଂ କରୋନାର ବର୍ତ୍ତମାନ ସ୍ଥିତି ରଖିବେ ।

ଜାନୁଆରୀ ୮ରେ ନିର୍ବାଚନ ତାରିଖ ଘୋଷଣା କରିବା ସମୟରେ ନିର୍ବାଚନ ଆୟୋଗ ନିର୍ବାଚନ ରାଲି, ରୋଡ ସୋ ଏବଂ ଅନ୍ୟ ରାଜନୈତିକ କାର୍ଯ୍ୟକ୍ରମ ଉପରେ ଜାନୁଆରୀ ୧୫ ପର୍ଯ୍ୟନ୍ତ ରୋକ ଲଗାଇଥିଲେ । ଏହାସହ ପରେ ସ୍ଥିତିର ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।

Spread the love