ମା’ ହେଲେ ବଲିଉଡ୍‌ର ଦେଶୀ ଗର୍ଲ

ବଲିଉଡର ଦେଶୀ ଗର୍ଲ ପିସି ତଥା ପ୍ରୟଙ୍କା ଚୋପ୍ରା ମା’ ହୋଇଛନ୍ତି । ଏହି ଖବର ସେ ନିଜେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ମାଧ୍ୟମରେ ସେ ଏକ ନୋଟ ଲେଖି ଏହି ଖୁସି ଖବର ଜଣାଇଛନ୍ତି। ତାହା ପୁଣି ସରୋଗେସି ମାଧ୍ୟମରେ ସେ ମା’ ହୋଇଥିବା ନେଇ ସୂଚନା ଦେଇଛନ୍ତି । ତାଙ୍କ ଘରକୁ କୁନି ଅତିଥି ଆସିଥିବା ନେଇ ଦୁହେଁ ଖୁବ୍ ଖୁସି ଅଛନ୍ତି ।ଏହାକୁ ନେଇ ପ୍ରିୟଙ୍କା ଲେଖିଛନ୍ତି, ଆପଣମାନେ ଜାଣି ଖୁସି ହେବେ ଯେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରୁଛୁ । ଆମେ ଏହି କଥାକୁ ଗୋପନୀୟ ରଖିଥିଲୁ କାରଣ ସେହି ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଅଧିକ ଗୁରୁତ୍ୱ ଦେଇଥିଲୁ । ଏଥିପାଇଁ କହିଥିଲୁ କି ଠିକ୍‌ ସମୟ ଆସିଲେ ନିଶ୍ଚିତ ଜଣାଇବୁ । ଏବେ ସେହି ଖୁସିର ସମୟ ଆସିଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ହେଲେ ଦୁହେଁ ଏଯାଏଁ ସ୍ପଷ୍ଟ କରି ନାହାନ୍ତି ତାଙ୍କର ପୁଅ ନା ଝିଅ ହୋଇଛି । ପ୍ରିୟଙ୍କାଙ୍କ ଏହି ପୋଷ୍ଟ ଦେଖିବା ପରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ତାଙ୍କୁ ଜଣାଇଛନ୍ତି । ଏହି ପୋଷ୍ଟ ମାତ୍ର ଅଳ୍ପ ସମୟ ମଧ୍ୟରେ ଏହି ଖୁସି ଖବରକୁ ୫ ଲକ୍ଷରୁ ଅଧିକ ଲୋକ ଲାଇକ୍ କରି ସାରିଲେଣି ।

ସୂଚନାଯୋଗ୍ୟ, ୨୦୧୮ରେ ପ୍ରିୟଙ୍କା ଚୋପ୍ରା ଆମେରିକାନ ସିଙ୍ଗର ନିକ ଜୋନସଙ୍କୁ ବିବାହ କରିଥିଲେ । ଏମାନଙ୍କ ବିବାହ ରାଜସ୍ଥାନ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ହିନ୍ଦୁ ଓ ଇସାଇ ରିତିନୀତିରେ ଅନୁଷ୍ଠିତ ହୋଇଥିଲା । କିଛିଦିନ ପୂର୍ବରୁ ପିସି ତାଙ୍କ ଇନଷ୍ଟାଗ୍ରାମରୁ ନିକ ଜୋନସଙ୍କ ସରନେମ ହଟାଇ ଦେବା ପରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହେବ ବୋଲି ଆଲୋଚନା ହୋଇଥିଲା

Spread the love