ନେତାଜୀଙ୍କ ୧୨୫ତମ ଜୟନ୍ତୀ

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା, ତେଜମୟ ବ୍ୟକ୍ତିତ୍ୱ, ତ୍ୟାଗ ଓ ଉତ୍ସର୍ଗର ମୂର୍ତିମନ୍ତ ପ୍ରତୀକ ଥିଲେ ନେତାଜୀ ।

ତେବେ କୋଭିଡ୍ କଟକଣା ପାଇଁ ଚଳିତ ଥର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ସେପରି କୌଣସି କାର୍ଯ୍ୟକ୍ରମ ଆୟୋଜିତ ହେଉନାହିଁ। ଜିଲ୍ଲା ପ୍ରଶାସନ ତରଫରୁ ନେତାଜୀ ଜୟନ୍ତୀ ଅବସରରେ କୋଭିଡ କଟକଣା ଭିତରେ କେବଳ ପୁଷ୍ପମାଲ୍ୟ ଅର୍ପଣର ବ୍ୟବସ୍ଥା କରାଯାଇଛି । କିନ୍ତୁ ସର୍ବସାଧାରଣଙ୍କୁ ନେତାଜୀ ଜନ୍ମସ୍ଥାନକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ନେତାଜୀଙ୍କର ବୀରତ୍ବର କାହାଣୀ, ଆଦର୍ଶ ଏବଂ ଜୀବନର ବିଶେଷ ଘଟଣାବଳିକୁ ନେଇ ୧୨ଟି ପ୍ରତିକୃତି ନିର୍ମାଣ କରୁଛନ୍ତି ଭସ୍କର୍ଯ୍ୟ ଶିଳ୍ପୀ । ଏହି ପ୍ରତିକୃତି ଗୁଡିକ ନେତାଜୀଙ୍କ ଜନ୍ମସ୍ଥାନରେ ଆଜି ପ୍ରଦର୍ଶିତ କରାଯିବ ।

ସେପେଟେ ଆଜି ଦିଲ୍ଲୀ ଇଣ୍ଡିଆ ଗେଟରେ ସ୍ଥାପନ ହେବ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି । ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ ହେବା ନେଇ ଟ୍ବିଟ୍ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଏହି ହୋଲଗ୍ରାମ ଷ୍ଟାଚ୍ୟୁ ଅନାବରଣ ହେବ।  ଇଣ୍ଡିଆ ଗେଟରେ ଦୀର୍ଘ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତିକୁ ବିଲୟ କରାଯାଇ ଜାତୀୟ ଯୁଦ୍ଧ ସ୍ମାରକରେ ରଖାଯାଇଛି । ତେବେ ଇଣ୍ଡିଆ ଗେଟ୍ ରେ ଆଜିଠୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବ ।

Spread the love