ବିଜେପି ଛାଡି ବିଜେଡିରେ ମିଶିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଗୁମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ମରିୟମ ରଇତ । ଆଜି ତାଙ୍କ ସମର୍ଥକ ଦେବ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।ଆସନ୍ତାକାଲି ତାଙ୍କର ଶତାଧିକ ସମର୍ଥକ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲାରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଥିବା କହିଛନ୍ତି ମରିୟମ । ଅନ୍ୟପଟେ ତାଙ୍କ ଯୋଗଦାନ ଦଳକୁ ଅଧିକ ସୁଦୃଢ କରିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଅତନୁ ସବ୍ୟସାଚୀ ନାୟକ ।

Spread the love