୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୨ ଗିରଫ

କୋରାପୁଟ ପୋଲିସକୁ ବଡ ସଫଳତା । ପାଡୁଆ ପୋଲିସ ଦ୍ଵାରା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ରାଇସିଂ ଗ୍ରାମ ନିକଟରୁ ପିକଅପ ଗାଡି ସହ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲା । ଗିରଫ ୨ଜଣକ ଘର ପଟାଙ୍ଗି ଥାନା ଅଂଚଳରେ । କୋଣ୍ଡା ଡୁସା ବାରିକଙ୍କ ଘର ପଟାଙ୍ଗି ଥାନା ପଣ୍ଡେଇ ଗ୍ରାମର ହୋଇଥିବାବେଳ ସୁଦାମ ଖିଲର ଘର ପଟାଙ୍ଗି ଥାନା ଗାଁଗରାଜପୁରର ବୋଲି
ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି । ରାଇସିଂ ଗ୍ରାମଦେଇ ଆନ୍ଧ୍ରକୁ ଚାଲାଣ କରାଯାଉଥିବାବେଳେ ପୋଲିସ ଧରିବାରେ ସଫଳ ହୋଇଛି । ତେବେ କାହା ଠାରୁ ଗଞ୍ଜେଇ କିଣିଥିଲେ କାହାକୁ ଦେବାକୁ ନେଉଥିଲେ ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

Spread the love