ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ପ୍ରତିଦ୍ୱନ୍ଦୀ, ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ସମିତି ସଭ୍ୟ

ପାଟଣା, ୨୪/୦୨: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟଣା ରାଜନୀତିରେ ଏବେ ଘଡିକେ ଘୋଡ଼ା ଛୁଟୁଛି । ବିନା ନିର୍ବାଚନରେ ନିର୍ବାଚିତ ହେଉଛନ୍ତି ଜଣକ ପରେ ଜଣେ ଲୋକ ପ୍ରତିନିଧି । ବିଶେଷ କରି, ସମିତି ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ପୂର୍ବରୁ ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତର ସମିତିସଭ୍ୟା ଚନ୍ଦମଣୀ ପାତ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ସହ ସୋରାସକେଲା ପଞ୍ଚାୟତରେ ୨ଜଣ ସମିତି ସଭ୍ୟା ପ୍ରାର୍ଥୀଙ୍କ ମଧ୍ୟରୁ ଯାଞ୍ଚ ସମୟରେ ଅମୃତି ନାଏକଙ୍କ ପ୍ରାର୍ଥୀପତ୍ର ନାକଚ ହେବାରୁ ବୀଣାପାଣି ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପାଟଣା ରାଜନୀତିକୁ ସରଗରମ କରିଥିଲା ।

ସୋମବାର ପୁଣି ପାଟଣା ରାଜନୀତି ରୋଚକ ମୋଡ଼ ନେଇଛି । ବ୍ଲକର କେନ୍ଦେଇପଶି ପଞ୍ଚାୟତରେ ୩ ଜଣ ସମିତିସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦୁଇଜଣ ପ୍ରାର୍ଥୀ ଅର୍ଜୁନ ଚରଣ ନାଏକ ଓ ଲୋକନାଥ ନାଏକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ନିର୍ବାଚନ ଅଧିକାରୀ ତଥା  ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି। ଫଳରେ ପ୍ରଦୀପ କୁମାର ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଇଛନ୍ତି । ଅନ୍ୟପଟେ, ପାଟଣା ବ୍ଲକରେ ନିର୍ଦ୍ୱନ୍ଦ ରାଜନୀତି ଏବେ ଚର୍ଚ୍ଚାରେ ଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଅଙ୍କକଷା ଜୋରଦାର୍ ହୋଇଛି ।

Spread the love