ନିଆଁରେ ପୋଡ଼ି ହୋଇ ବୃଦ୍ଧାଙ୍କ ମୃତ୍ୟୁ

ଦେବଗଡ, ୨୪/୦୧: ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କୁଣ୍ଡାଝରୀ ଗ୍ରାମରେ  ନିଆଁରେ ପୋଡିଯାଇ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ତିଲେଇବଣୀ ବ୍ଲକ ତେନ୍ତଳାବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡାଝରୀ ଗ୍ରାମର ସ୍ବର୍ଗତ ବେଣୁ ବିଶ୍ବାଳଙ୍କ ସ୍ତ୍ରୀ ୭୦ ବର୍ଷ ବୟସ୍କ ମାୟା ବିଶ୍ବାଳ ଗତ କୋଡିଏ ତାରିଖ ଗୁରୁବାର ଦିନ ସକାଳ ସମୟରେ ଶୀତରୁ ର
ରକ୍ଷା ପାଇବା ପାଇଁ ନିଆଁ ଜଳୁ ସେକି ହେଉଥିବା ବେଳେ ଅସାବଧାନତା ବଶତଃ ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା।

ମାୟାଙ୍କ ପାଟି ଶୁଣି ପାଖ ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦେବଗଡ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସୋମବାର ସକାଳୁ ମାୟାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ରିଆମାଳ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡ଼ିଛି ।

Spread the love