ବ୍ରିଜ ଉପରୁ ତଳକୁ ଖସିଲା କାର୍, ୭ ଛାତ୍ର ମୃତ
ମହାରାଷ୍ଟ୍ର ୨୫/୦୧: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍ ଉପରୁ ତଳକୁ ଖସିପଡିଲା କାର । ଫଳରେ ଦୁର୍ଘଟଣାରେ ୭ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତ ମେଡିକାଲ ଛାତ୍ର । କାରଟି ବ୍ରିଜରୁ ଖସିପଡିବା ଦ୍ୱାରା ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ ୭ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି ।
ୱାର୍ଦ୍ଧାର ସେଲସୁରା ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନାଥାଉକି, ସାଭାଙ୍ଗିର ମେଡିକାଲ୍ କଲେଜର ଏହି ଛାତ୍ରମାନେ ଦବେଲୀରୁ ୱାର୍ଦ୍ଧା ଅଭିମୁଖେ ଯାଉଥିଲେ । ତେବେ କୌଣସି କାରଣରୁ ବା ଭାରସାମ୍ୟ ହରାଇ କାରଟି ପୋଲ ତଳକୁ ଖସିପଡିଥିଲା ।