ପଞ୍ଚାୟତ ନିର୍ବାଚନ : ନାମାଙ୍କନ ଦାଖଲ ହୋଇନଥିବା ସ୍ଥାନ ଲାଗି ପୁନଃ ବିଜ୍ଞପ୍ତି , ୨୯ରୁ ୩୧ ଯାଏଁ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର ୨୫।୦୧: ଆସୁଛି ପଞ୍ଚାୟତ ନିର୍ବାଚନ । ଚାଲିଛି ଜୋରଦାର ପ୍ରସ୍ତୁତି । ଏହିକ୍ରମରେ ନାମାଙ୍କନ ଦାଖଲ ହୋଇନଥିବା ସ୍ଥାନ ଲାଗି ଆଉ ଥରେ ପ୍ରକାଶ ପାଇବ ବିଜ୍ଞପ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ୍‌ ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛି ।

ଖବର ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ବେଳେ ଯେଉଁଠି ପ୍ରାର୍ଥୀପତ୍ର କେହି ଦାଖଲ କରିନାହାନ୍ତି ବା ଯେଉଁ ଜାଗାରେ ସମସ୍ତ ପ୍ରାର୍ଥୀପତ୍ର ନାକଚ ହୋଇ ଯାଇଛି। ସେଠି ଆଉଥରେ ନାମାଙ୍କନ ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ ତାରିଖରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି। ଏହିକ୍ରମରେ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ।

ସେହିପରି ଯାଞ୍ଚ ପ୍ରକ୍ରିୟା ଫେବୃୟାରୀ ୧ ତାରିଖ ଏବଂ  ୨ ତାରିଖରେ ଚୂଡାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବ। ୪ ହଜାରରୁ ଅଧିକ ୱାର୍ଡ ମେମ୍ବର,  ୭ ସରପଞ୍ଚ ଓ ୬ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ରାଜ୍ୟର କୋଭିଡ ସ୍ଥିତି ଉପରେ ନଜର ରଖାଯାଇଛି। ବିଭିନ୍ନ ଦିଗକୁ ତର୍ଜମା କରି ପ୍ରଚାର ପାଇଁ କଟକଣା ନେଇ ନିଷ୍ପତ୍ତି ନିଆଯିବ।

Spread the love