ସେନାର ୬ ଜଣ ଯବାନଙ୍କୁ ଶୌର୍ଯ୍ୟ ଚକ୍ର, ୫ ଜଣଙ୍କୁ ମିଳିବ ମରଣୋତ୍ତର ସମ୍ମାନ

ନୂଆଦିଲ୍ଲୀ,୨୫/୦୧: ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସେନାର ଛଅ ଯବାନଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି । ଶୌର୍ଯ୍ୟ ଚକ୍ର ସମ୍ମାନିତ ହେବାକୁ ଥିବା ୬ ଜଣ ଯବାନଙ୍କ ମଧ୍ୟରୁ ୫ ଜଣଙ୍କୁ ମରଣୋତ୍ତର ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ସେନାର ତୃତୀୟ ସର୍ବୋଚ୍ଚ ବୀରତା ପୁରସ୍କାର।

ନାଏବ ସୁବେଦାର ଶ୍ରୀଜୀତ ଏମ(ମରଣୋତ୍ତର)

୧୭ ମାଡ୍ରାସର ନାଏଜ ସୁବେଦାର ଶ୍ରୀଜୀତ ଏମ । ଜମ୍ମୁ କଶ୍ମୀରରେ ଏକ ସର୍ଚ୍ଚ ଅପରେସନ ସମୟରେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଶୌର୍ଯ୍ୟ ଚକ୍ର (ମରଣୋତ୍ତର)ରେ ସମ୍ମାନିତ କରାଯିବ।

ହାବିଲଦାର ଅନିଲ କୁମାର ତୋମାର (ମରଣୋତ୍ତର)

ରାଜପୁତ ରେଜିମେଣ୍ଟରର ହାବିଲଦାର ଅନିଲ କୁମାର ତୋମରା। ୨୦୨୦ ଡିସେମ୍ୱରରେ ଜମ୍ମୁ କଶ୍ମୀରରେ ଏକ ଅମବାଟ ଅପରେସନର ନେତୃତ୍ୱ ନେବା ସହ ଦୁଇ ଆତଙ୍କୀଙ୍କୁ ମାରିବାରେ ସଫଳ ହୋଇଥିଲେ । ଏହି ବୀରତା ପାଇଁ ଅନିଲ କୁମାର ତୋମାରଙ୍କୁ ଶୌର୍ଯ୍ୟ ଚକ୍ର (ମରଣୋତ୍ତର)ରେ ସମ୍ମାନୀତ କରାଯିବ।

କୋର ଅଫ୍ ଇଞ୍ଜିନିୟର୍ସର ଦାବିଲଦାର କାଶୀରାୟ ବମ୍ମନଲ୍ଲୀଙ୍କୁ ଜମ୍ମୁ କଶ୍ମୀରର ପୁଲୱାମାର ଏକ ଅପରେସନରେ ଜଣେ ଆତଙ୍କୀଙ୍କୁ ମାରିବା ପାଇଁ ଶୌର୍ଯ୍ୟ ଚକ୍ର (ମରଣୋତ୍ତର)ରେ ସମ୍ମାନିତ କରାଯିବା । ହାବିଲଦାର କାଶୀରାୟ ଅପରେସନ ସମୟରେ ନିଜ ଟିମର ସଦସ୍ୟଙ୍କ ଜୀବନ ବଞ୍ଚାଇଥିଲେ।

ହାବିଲଦାର ପିଙ୍କୁ କୁମାର (ମରଣୋତ୍ତର)

ଜାଟ ରେଜିମେଣ୍ଟର ହାବିଲଦାର ପିଙ୍କୁ କୁମାର ଏକ ଅପରେସନ ସମୟରେ ଜଣେ ଆତଙ୍କବାଦୀଙ୍କୁ ମାରିବା ପାଇଁ ଶୌର୍ଯ୍ୟ ଚକ୍ର (ମରଣୋତ୍ତର)ସମ୍ମାନରେ ସମ୍ମାନିତ କରାଯାଇଛି । ନିଜର ବଳିଦାନ ଦେବା ପୂର୍ବରୁ ସେ ଅନ୍ୟ ଜଣେ ଆତଙ୍କୀ ଗୁଗୁତର ଆହତ କରିଥିଲେ।

ସିପାହୀ ମାରୁପ୍ରୋଲୁ ଯଶବନ୍ତ କୁମାର ରେଡ୍ଡୀ(ମରଣୋତ୍ତର)

ସିପାହୀ ମାରୁପ୍ରୋଲୁ ଯଶବନ୍ତ କୁମାର ରେଡ୍ଡୀଙ୍କୁ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ସମୟରେ ଜଣେ ଆତଙ୍କୀଙ୍କୁ ମାରିବା ପାଇଁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି । ଏହି ଅପରେସନ ସମୟରେ ସେ ନିଜର କମାଣ୍ଡରଙ୍କ ଜୀବନ ବି ବଞ୍ଚାଇଥିଲେ।

୫ ଆସାମ ରାଇଫଲ୍ସର ରାଇଫଲ ମ୍ୟାନ ରାକେଶ ଶର୍ମାଙ୍କୁ ଜୁଲାଇ ୨୦୨୧ରେ ଆସାମରେ ଏକ ଅପରେସନରେ ଦୁଇ ବିଦ୍ରୋହୀଙ୍କୁ ମାରିବା ପାଇଁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ।

Spread the love