ଆଜିଠୁ ଅନଲାଇନରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା
ଭୁବନେଶ୍ୱର: ଆଜିଠୁ ଅନଲାଇନରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ତେଣୁ ପିଲାମାନଙ୍କ ପାଠପଢ଼ା ଅନଲାଇନରେ କରାଯିବ । ଆଜିଠୁ ୟୁଟ୍ୟୁବ୍ ମାଧ୍ୟମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଓଏସଇପିଏ ପକ୍ଷରୁ ପଦକ୍ଷେପ ନେବାକୁ କୁହାଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ସୋମବାରରୁ ଶୁକ୍ରବାର ଯାଏ ଅନଲାଇନରେ ପିଲାମାନେ ପାଠପଢ଼ିବେ । ସପ୍ତାହକୁ ୫ ଦିନ ଅନଲାଇନ୍ କ୍ଲାସ୍ ହେବାକୁ ଥିବା ବେଳେ, କ୍ଲାସ ଲାଇଭ୍ ଷ୍ଟ୍ରିମିଂର ଲିଙ୍କ୍ ଗୋଟିଏ ଦିନ ପୂର୍ବରୁ ସନ୍ଧ୍ୟା ୫ ଟା ସମୟ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯିବ ।