୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେନି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: କଂଗ୍ରେସକୁ ଆଉ ଏକ ଝଟକା। ୨୦୨୪ ସାଧାରଣ ନିର୍ବାଚନ ଲଢିବେ ନାହିଁ ପୂର୍ବତନ ପିସିସ ସଭାପତି ପ୍ରସାଦ ହରିଚନ୍ଦନ । ପ୍ରେସମିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅନ୍ୟ ଦଳକୁ ଯିବାନେଇ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ବିଜେପି କି ବିଜେଡିକୁ ଯିବିନାହିଁ। ମୁଁ ବେପାରୀ ନୁହେଁ । ମୁଁ କଂଗ୍ରେସର ପ୍ରଚାର ଓ ପ୍ରସାର କରିବି। ମୋ ପାଖରେ ଖଣିନାହିଁ, କାଗଜ ନାହିଁ କି ଟିଭି ନାହିଁ। ଯେଉଁମାନେ ମୋ ବିଷୟରେ ଅପପ୍ରଚାର କରୁଛନ୍ତି ସେମାନେ କିଭଳି ବେପାର କରୁଛନ୍ତି ତା’ର ପୁରା ଦସ୍ତାବିଜ ଖୁବଶୀଘ୍ର ପ୍ରକାଶ କରିବି ବୋଲି କହିଛନ୍ତି।

Spread the love