କିଷାନ କ୍ରେଡିଟ୍ରେ ମିଳିପାରେ ଶସ୍ତା ଋଣ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆସିବ କେନ୍ଦ୍ରୀୟ ବଜେଟ୍ । ଗତବର୍ଷରୁ କେନ୍ଦ୍ରର ତିନି କୃଷି ଆଇନକୁ ନେଇ ବିରୋଧ ପରେ ସରକାର ପଛକୁ ଫେରିଥିଲେ । ତିନି କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ ପ୍ରଧାନମନ୍ତ୍ରୀ । ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର କୃଷକଙ୍କ ଦାବିକୁ ମାନି ନେଇଥିବା ବେଳେ ବଜେଟରେ କିଛି ବଡ଼ ଘୋଷଣା କରିବା ଆଶା କରାଯାଉଛି । କୃଷି ବିଶେଷଜ୍ଞଙ୍କ ଅନୁସାରେ, କେନ୍ଦ୍ର ସରକାର କିଷାନ କ୍ରେଡିଟ୍ କାର୍ଡ ଲିମିଟ୍ ବଢ଼ାଇ ପାରନ୍ତି । କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଚାଷୀଙ୍କୁ କମ୍ ସୁଧଦରରେ ଋଣ ମିଳିଥାଏ ।କିଷାନ କ୍ରେଡିଟ୍ କାର୍ଡରେ ଋଣ ନେଲେ ୭ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ତେବେ ନେଇଥିବା ଋଣକୁ କୃଷକ ବର୍ଷେ ଭିତରେ ପରିଶୋଧ କଲେ ୪ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ତେବେ ଆସନ୍ତୁ ଜାଣିବା ଏହାର ଅନ୍ୟ ସବୁ  ଫାଇଦା-

  • କେସିସି କାର୍ଡଧାରୀଙ୍କୁ ମାଗଣା ଏଟିଏମ୍ କମ୍ ଡେବିଟ୍ କାର୍ଡ ମିଳେ ।
  • ଭାରତୀୟ ଷ୍ଟେଟ ବ୍ୟାଙ୍କ କିଷାନ କ୍ରେଡିଟ୍ କାର୍ଡ ନାଁରେ ଏଟିଏମ୍ ଦିଏ ।
  • କେସିସିରେ ୩ ଲକ୍ଷ ଟଙ୍କା ଯାଏ ଋଣ ପାଇଁ ପ୍ରତିବର୍ଷ ୨ ପ୍ରତିଶତ ସୁଧ ରିହାତି ମିଳେ ।
  • ସମୟ ପୂର୍ବରୁ ଋଣ ପରିଶୋଧ କଲେ ବାର୍ଷିକ ଅତିରିକ୍ତ ୩ ପ୍ରତିଶତ ସୁଧ ଛାଡ଼ ହୁଏ ।
  • କେସିସି ଋଣକୁ ନେଇ ଫସଲ ବୀମା କଭରେଜ୍ ମିଳେ ।
Spread the love