ବରିଷ୍ଠ କିରାଣୀ ଶରତ ଚନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ ଘାସୁଆ ଗାଁର ଶିକ୍ଷାଗୁରୁ ଉପେନ୍ଦ୍ର ପ୍ରଧାନଙ୍କ ନାତି ତଥା ୟୁ. ଏନ କଲେଜର ବରିଷ୍ଠ କିରାଣି ଶରତଚନ୍ଦ୍ର ପ୍ରଧାନଙ୍କ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ କଲେଜର ବହୁ ଅଧାପକ ଯୋଗ ଦେବା ସହ ବିଧାୟକ ପର୍ଶୁରାମ ଧଡ଼ା, ନଳିନୀ ମହାପାତ୍ର ମୁନିସିପାଲିଟି ଏକ୍ସ ଚେୟେରମେନ, ରବିନ୍ଦ୍ର ଜେନା ଡିଏସପି ରିଟାର୍ଡ଼, ଅଭୟ ମଲିକ ରିଟାୟାର୍ଡ଼ ପ୍ରଫେସର ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ସଭାରେ ଶତାଧିକ ଲୋକ ଉପସ୍ଥିତ ରହି ଶରତ ଚନ୍ଦ୍ର ପ୍ରଧାନଙ୍କ ଆତ୍ମାର ସଦଗତି କାମନା କରିଥିଲେ।

ସୂଚନା ଥାଉକି, ବରିଷ୍ଠ କିରାଣୀ ଶରତ ଚନ୍ଦ୍ର ପ୍ରଧାନ ଅବସର ପରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ଧର୍ମାନୁଷ୍ଠାନ ତିଆରି କରିଛନ୍ତି। ଘାସୁଆ ଗାଁ ସମେତ ସୋର ୟୁ ଏନ କଲେଜର ଛାତ୍ର ଛାତ୍ରୀ ସମେତ କଲେଜର କର୍ମକର୍ତ୍ତା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Spread the love