ଅଶାନ୍ତ ରାଜଧାନୀ: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଛୁରାମାଡ

ଭୁବନେଶ୍ଵର ୨୮।୦୧: ଦିନକୁ ଦିନ ଅଶାନ୍ତ  ହୋଇ ଉଠୁଛି ରାଜଧାନୀ। ସୈନିକ ସ୍କୁଲ ସାମ୍ନାରେ ଘଟିଥିବା ଛୁରାମାଡ ହତ୍ୟା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ରାଜଧାନୀ  ଭୁବନେଶ୍ଵରରେ ଘଟିଛି ଆଉ ଏକ ଛୁରାମାଡ ଘଟଣା। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ହୋଇଛି ଛୁରାମାଡ। ଜଣେ ଯୁବକ ଗୁରୁତର ହୋଇଛନ୍ତି। ଘଟଣାଟି ଶୈଳଶ୍ରୀବିହାର ଅଞ୍ଚଳରେ ଘଟିଛି। ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି ପୋଲିସ।

ତେବେ ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ ହୋଇଥିବା ସୂଚନା ମିଳିଛି। ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଭଲ ପାଉଥିଲେ। ଏହାକୁ ନେଇ ଛୁରାମାଡ ହୋଇଥିବା କୁହାଯାଉଛି। ଅଭିଯୁକ୍ତ ଏବଂ ଆହତ ଉଭୟ ଯୁବକ ଇଞ୍ଜିନିୟରିଂ ଛାତ୍ର। ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ କମେଣ୍ଟମରାକୁ ନେଇ ସୈନିକ ସ୍କୁଲ ସାମ୍ନା ରାସ୍ତାରେ ଛୁରି ଭୁସି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା।

Spread the love