କପିଳାସ ଜାଗର ଯାତ୍ରା: କୋଭିଡ୍ କଟକଣାରେ ହେବ ନୀତିକାନ୍ତି

ଢେଙ୍କାନାଳ ୨୯।୦୧: ଆସନ୍ତା ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରି ଅବସରରରେ ପାଳିତ ହେବାକୁ ଯାଉଛି କପିଳାସର ଜାଗର ଯାତ୍ରା । ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଢେଙ୍କାନାଳର ପ୍ରଭୁ ଚଦ୍ରଶେଖର ଜୀଉଙ୍କ ପୀଠ କପିଳାସ ଜାଗର ଯାତ୍ରା ଅବସରରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ତେବେ କୋଭିଡ ସଂକ୍ରମଣ ଆଶଙ୍କା ରହିଥିବାରୁ  ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ଜାଗର ଯାତ୍ରା ପାଳିତ ହେବ ବୋଲି ଜଣାପଡିଛି ।

ଏହି ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକରେ ନିଷ୍ପରି ମୁତାବକ କେବଳ ପ୍ରଭୁଙ୍କ ନୀତିକାନ୍ତିରେ ଚଳିତ ବର୍ଷ ଜାଗର ଯାତ୍ରା ସୀମିତ ରହିବ । ଏହି ଜାଗର ଯାତ୍ରା ଅବସରରେ କପିଳାସ ପୀଠକୁ ସର୍ବସାଧରଣଙ୍କୁ ବାରଣ ରହିବ  ବୋଲି ଢେଙ୍କାନାଳ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Spread the love