ନବଜାତ ଶିଶୁକନ୍ୟାକୁ ବିକ୍ରି କରିଦେଲେ ବାପା ମାଆ

ଧର୍ମଶାଳା: ଟଙ୍କା ପାଇଁ ନବଜାତ ଶିଶୁକନ୍ୟାକୁ ବିକ୍ରି କରିଦେଲେ ବାପା-ମା’ । ମାତ୍ର ୧୨ ହଜାର ଟଙ୍କାରେ ବିକ୍ରି ହେଲା ଶିଶୁକନ୍ୟା । ଏପରି ଏକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଇପଡା ଗାଁରୁ । ସୂଚନା ମୁତାବକ ଗତ ଗୁରୁବାର ଦିନ ଶିଶୁକନ୍ୟାଟି ଜନ୍ମ ନେଇଥିଲା । ଶିଶୁକନ୍ୟାଟିକୁ ଜନ୍ମ ଦେଇଥିବା ମହିଳା ପୂର୍ବରୁ ୩ଟି ସନ୍ତାନର ମା’ ହୋଇଥିଲେ । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଛନ୍ତି । ତାଙ୍କ ସ୍ୱାମୀ ଦିନମଜୁରିଆ ହୋଇଥିବାରୁ ପରିବାର ପୋଷଣରେ କଷ୍ଟ ହେଉଛି । ଆଉ ଏକାକୀ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କୁ ଚଳାଇବା କଷ୍ଟ ହେବ ବୋଲି ମହିଳାଙ୍କ ସ୍ୱାମୀ କହିଛନ୍ତି । ଖାଲି ସେତିକି ନୁହେଁ ପରିବାରର କହିବା ଅନୁସାରେ, ଆମର ପୂର୍ବରୁ ୩ଟି ସନ୍ତାନ ଅଛନ୍ତି । ଆଉ ଆମେ ଗରିବ ଶ୍ରେଣୀର ଲୋକ । ଆମେ ନବଜାତ ଶିଶୁକନ୍ୟାଟିକୁ ଏକ ସନ୍ତାନହୀନ ଦମ୍ପତିକୁ ହସ୍ତାନ୍ତର କରିଛୁ । ମୋ ଝିଅ ସେଠାରେ ଭଲରେ ବଞ୍ଚୁ ବୋଲି କହିଛନ୍ତି ଶିଶୁକନ୍ୟାଟିର ବାପା ।

Spread the love