୨୪ ଘଣ୍ଟା ଜାରି ରହିବ ଶୀତ

ଭୁବନେଶ୍ବର :  ରାଜ୍ୟରେ  ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତର ପ୍ରକୋପ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 

ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‍ ତଳେ ରହିଛି। ଫୁଲବାଣୀଠାରେ ସର୍ବନିମ୍ନ ରାତି ତାପମାତ୍ରା ୬.୨ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝରରେ ତାପମାତ୍ରା ୬.୪ ଡିଗ୍ରୀ ସେଲସିୟସ ରହିଛି । ସେହିପରି ଦାରିଙ୍ଗବାଡ଼ି ୭, ଝାରସୁଗୁଡ଼ା ୭.୬, କୋରାପୁଟ ଓ ଭବାନୀପାଟଣା ୯ ଡିଗ୍ରୀ ସେଲସିୟସ୍‍ ଲେଖାଏଁ , ବଲାଙ୍ଗିର ୯.୫, ହୀରାକୁଦ ୯.୬, ବୌଦ୍ଧ ୮.୫, ସୋନପୁର ୭.୯, ଭୁବନେଶ୍ବର ୧୧.୨ ଓ କଟକ ୧୧.୬ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡ଼ା, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ଅଧିକ ଥଣ୍ଡା ଅନୁଭୂତ ହେବା ଦୃଷ୍ଟିରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

Spread the love