କଳାକାରଙ୍କ ପାଇଁ କେକ୍‍ କାଟିଲେ ଜିଲ୍ଲାପାଳ

ବୌଦ୍ଧ: ଓଡ଼ିଆ ସିନେମାର ପ୍ରସିଦ୍ଧ କଳାକାର ମନୋଜ ମିଶ୍ରଙ୍କ ପ୍ରଯୋଜନାରେ ସମାପାଜୁର ରଘୁ ନାମକ ଓଡିଆ ଚଳଚ୍ଚିତ୍ର ରବିବାର ମୁକ୍ତିଲାଭ କରିଛି। ଏହି ଚଳଚିତ୍ରର ୯୦% ପ୍ରତିଶତ ଶୁଟିଂ ବୌଦ୍ଧ ଜିଲ୍ଲାରେ ହୋଇଥିବାବେଳେ ଏଥିରେ ବୌଦ୍ଧର ଅନେକ କଳାକାର ମଧ୍ୟ ଅଭିନୟ କରିଛନ୍ତି। ବିଶେଷ ଭାବରେ କାହାଣୀର କେନ୍ଦ୍ରବିନ୍ଦୁ ହୋଇଥିବା ବୌଦ୍ଧର ଶିଶୁ କଳାକାର ପରୀର ନିଖୁଣ ଅଭିନୟ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ବୌଦ୍ଧ ଜିଲ୍ଲାର ଏକ ଦୁର୍ଗମ ଆଭ୍ୟନ୍ତରୀଣ ଗ୍ରାମ ସମାପାଜୁକୁ ନେଇ ଚଳଚିତ୍ର କାହାଣୀର କଥାବସ୍ତୁ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ନେଇ ବୌଦ୍ଧ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

Spread the love