ଗୋପାଳପୁର: ପର୍ଯ୍ୟଟନ ସ୍ଥଳୀର ସହର ଗୋପାଳପୁରକୁ ଆକର୍ଷଣୀୟ କରିବା ସହ ପର୍ଯ୍ୟଟକଙ୍କ ଆଗମନରେ ବୃଦ୍ଧି କରିବା ଲକ୍ଷ୍ୟରେ ଗତ ୨ ବର୍ଷ ଧରି ଅନେକ ଯୋଜନା ଗୋପାଳପୁର ସହରରେ କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା ସ୍ଥାନୀୟ ଏନଏସି ପ୍ରଶାସନର ମୋର କଣ ଯାଏ ଆସେ ନିତି ଯୋଗୁଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ଗୁଡିକ ନଷ୍ଟ ହେବାକୁ ଲାଗିଥିବା ଦେଖିବାକୁ ମିଳିଛି। ବେଳାଭୂମିକୁ ଯିବାର ପ୍ରବେଶ ପଥ ତଥା ଷଣ୍ଢ ଛକ ନିକଟରେ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦ରେ ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟରେ ମୋ ଗୋପାଳପୁର ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଥିଲା। ମାତ୍ର ୧ ବର୍ଷ ମଧ୍ୟରେ ଏହାର ଉଚିତ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଏହା ନି ଜିଜର ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି।ବର୍ତ୍ତମାନ କିଛି ଦିନ ହେଲା ମୋ ଗୋପାଳପୁର ଲୋଗୋ ର କେତେକ ଅକ୍ଷର ଭାଙ୍ଗି ଯାଇଥିବା ବେଳେ, ଆଲୋକୀକରଣ ମଧ୍ୟ ବନ୍ଦ ରହିଛି। ଏଥି ସହ ନିକଟରେ ଥିବା ଏକ ଘର ମଧ୍ୟରେ ଥିବା ଏକ ପିଲାର ମୂର୍ତ୍ତିଟି ମଧ୍ୟ ହଜି ଯାଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଆସୁଥିବା ପର୍ଯ୍ୟଟକ ମାନେ ସେଲଫୀ ପଏଣ୍ଟର ମଜା ନ ନେଇ ନିରାଶ ହେଉଥିବା ଜଣାପଡୁଛି। ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବା ସହ ଶଣ୍ଢ ଛକ ଠାରେ ମୋ ଗୋପାଳପୁର ଲେଖାଯାଇ ଶେଲଫି ପଏଣ୍ଟ କରାଯାଇଥିଲା ସେଥିରେ ବିଭିନ୍ନ ରଙ୍ଗ ବିରଙ୍ଗ କରାଯାଇ ଆଲୋକିକରଣ କରାଯାଇଥିଲା ଗୋପାଳପୁର ବେଳାଭୂମି ଆସୁଥିବା ପର୍ଯ୍ୟଟକ ମାନେ ସେଠାରେ ରହି ସେଲ୍ଫୀ ଫୋଟ ଉଠାଉଥିଲେ। ଏବେ ତହା ସୌନ୍ଦର୍ଯ୍ୟ ହରାଉଥିବାରୁ ସ୍ଥାନୀୟ ଏନଏସି ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଆଲୋଚନା ହେଉଛି।